30.1 C
Bhubaneswar
Wednesday, April 24, 2024
Homeଓଡିଶାଜଙ୍ଗଲ ବୃଦ୍ଧିରେ ଓଡିଶା ତୃତୀୟ

ଜଙ୍ଗଲ ବୃଦ୍ଧିରେ ଓଡିଶା ତୃତୀୟ

ଭୁବନେଶ୍ୱର: ଲୋକସେବା ଭବନରେ ବନଖଣ୍ଡ ଅଧିକାରୀଙ୍କ ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଆୟୋଜିତ ହୋଇଛି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀକୁ ଉଦ୍ ଘାଟନ କରିଛନ୍ତି । ୨୦୧୯ ରୁ ୨୦୨୧ ମଧ୍ୟରେ ଜଙ୍ଗଲ ବୃଦ୍ଧି ହୋଇଛି । ଲୋକଙ୍କ ନିରନ୍ତର ସମର୍ଥନ ଜଙ୍ଗଲ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଆଗାମୀ ବର୍ଷରେ ଏହି ଧାରା ଜାରି ରଖିବା ଦିଗରେ କାର୍ଯ୍ୟ କରିବାକୁ ଆଧିକାରୀ ଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା କାଳରେ ବନ କର୍ମଚାରୀମାନେ କାର୍ଯ୍ୟକରିଛନ୍ତି । ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସମ୍ମିଳନୀରେ ପ୍ରଥମ ଦିନରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩.୫୦ ପ୍ରତିଶତ ଜଙ୍ଗଲ ବୃଦ୍ଧି ସହ ଜାତୀୟ ସ୍ତରରେ ତୃତୀୟ ହୋଇଛି ଓଡ଼ିଶା । ୧ ଲକ୍ଷ ୧୦ ହଜାର ହେକ୍ଟର ବନୀକରଣ ହୋଇଛି ।
୫ଟି ଅଧିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବହନ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ଅନେକ ବନ ବିଭାଗ କାର୍ଯ୍ୟକ୍ରମ ଯଥା ଯୁଗ୍ମ ଜଙ୍ଗଲ ପରିଚାଳନା ଏବଂ ଓଡିଶା ବନ ବିଭାଗ ବିକାଶ ପ୍ରକଳ୍ପ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ମଧ୍ୟ ସହଯୋଗ କରିଛି ।
ଏହି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଆମକୁ ନୂଆ ପରିଚୟ ଦେଇଛି । ଜୀବିକାସାଧନ ଜରିଆରେ ଆୟ ବୃଦ୍ଧି ପାଇଁ ସହାୟତା ଦିଆଯାଇଛି । ଜଙ୍ଗଲ ଯୋଜନାରେ ୨୦ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ବୃକ୍ଷରୋପଣ ଏକ ପ୍ରମୁଖ ଉପାଦାନ । ଜଙ୍ଗଲ ବିଭାଗ ବିହନ ବୁଣିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ୫ଟି ଇନିସିଏଟିଭ୍ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବହନ କରିବାକୁ ସେ ଅନୁରୋଧ କରିଛନ୍ତି ।
ଜଙ୍ଗଲ ପରିଚାଳନା ରେ ଡିଜିଟାଲ ଟେକନୋଲୋଜି ବ୍ୟବହାର କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ୫୦ ପ୍ରତିଶତ କମିଛି । ଏହା ଲୋକଙ୍କ ସଚେତନତା ଯୋଗୁ ସମ୍ଭବ ହୋଇପାରିଛି । ଲୋକଙ୍କୁ ସଚେତନ କରୁଥିବା ବନ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଛି । ରାଜ୍ୟରେ ୨୪ ବନଖଣ୍ଡରେ ୮୬ ରେଞ୍ଜରେ ହାତୀ ଯାତାୟତ କରନ୍ତି । ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ ହୋଇଛନ୍ତି । ମୋବାଇଲ ମେସେଜରେ ହାତୀ ଚଳାଚଳ ନେଇ ସୂଚନା ମିଳୁଛି । ବିପୁଳ ଜଙ୍ଗଲ ସମ୍ପଦ ରହିଛି, ସଦୁପଯୋଗ କରି ଅଭିବୃଦ୍ଧି ଦିଗରେ ଲୋକଙ୍କ ସହଯୋଗ ଲୋଡିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପରିବେଶ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନତିକରଣ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି କରାଯାଇଛି । ୨୦୨୧-୨୨ରେ ୭୦ ହଜାର ୨୧୬ ପର‌୍ୟ୍ୟଟକ ଆସିଛନ୍ତି । ୫ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସିଏସ ମୋନା ଶର୍ମା, ପିସିସିଏପ ଶିଶିର କୁମାର ରାଥୋ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking