29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଛାପ ଛାଡ଼ିଗଲା ତଉକତେ

ଛାପ ଛାଡ଼ିଗଲା ତଉକତେ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା “ତଉକତେ” ସାମୁଦ୍ରିକ ଝଡ଼ର ପ୍ରଭାବ ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ବିଭିନ୍ନ ରାଜ୍ୟରେ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ବ୍ୟପକ ପରିମାଣରେ କ୍ଷୟକ୍ଷତି ହୋଇଛି। ଏହି ବାତ୍ୟାରେ ଧନଜୀବନ ଠାରୁ ଆରମ୍ଭ କରି ହଜାର ହଜାର ଏକର ଜମିରେ ଚାଷ ହୋଇଥିବା ଆମ୍ବ ସମେତ ଅନ୍ୟାନ୍ୟ ଫସଲ ସବୁ କିଛି ବର୍ବାଦ ହୋଇଯାଇଛି।

“ତଉକତେ” ପ୍ରଭାବରେ ମହାରାଷ୍ଟ୍ରରେ ୧୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ରାଜ୍ୟର ପ୍ରାୟ ୫ ହଜାର ଘର ଆରବ ସାଗର ଠାରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ କାରଣରୁ କ୍ଷତିଗ୍ରସ୍ତ ହୋଇଛି।

“ତଉକତେ” ବାତ୍ୟା ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ପଶ୍ଚିମଭାଗରେ ଅବସ୍ଥିତ ଉପକୂଳବର୍ତ୍ତୀ ଜିଲ୍ଲା ରାୟଗଡ । ଏପରିକି ମାୟାନଗରୀ ମୁମ୍ବାଇ ମଧ୍ୟ ଏହାର ପ୍ରକୋପରୁ ବର୍ତ୍ତି ପାରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking