33.1 C
Bhubaneswar
Saturday, May 11, 2024
Homeଓଡିଶାରାଜ୍ୟରେ କୋଭିଡ ମୃତ୍ୟ* *କିଏ ସତ କହୁଛି – ସରକାର ନା ମଶାଣିର ହିସାବର ଖାତା?-...

ରାଜ୍ୟରେ କୋଭିଡ ମୃତ୍ୟ* *କିଏ ସତ କହୁଛି – ସରକାର ନା ମଶାଣିର ହିସାବର ଖାତା?- ନରିଞ୍ଜନ*

ଭୁବନେଶ୍ୱର – ସମ୍ପ୍ରତି ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ସାଙ୍ଘାତିକ ତଥ୍ୟ ଓଡ଼ିଶାବାସୀଙ୍କୁ ଗଭୀର ଭାବରେ ମର୍ମାହତ କରିଛି । ସରକାର ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ଯେଉଁ ପରିସଂଖ୍ୟାନ ପ୍ରତିଦିନ ଦେଉଛନ୍ତି ତାହା ଭୁଲ ଏବଂ ବିଭ୍ରାନ୍ତୀକର ବୋଲି ରାଜ୍ୟରେ ଥିବା ମଶାଣି ଗୁଡ଼ିକର ହିସାବ ଖାତା ପ୍ରମାଣିତ କରିଛି । ନିୟୁ ଇଣ୍ଡିଆନ ଏକ୍ସପ୍ରେସ ଖବରକାଗଜର ପ୍ରଥମପୃଷ୍ଠାରେ ଗତକାଲି ଏ ସଂକ୍ରାନ୍ତରେ ଯେଉଁ ତଥ୍ୟ ସବୁ ଏହାକୁ ନେଇ ପ୍ରକାଶ ପାଇଛି ତାହା ଗଭୀର ଉଦ୍‌ବେଗ ଜନକ । ତାହା ଯଦି ସତ୍ୟ ହୋଇଥାଏ ତେବେ ସାଂଘାତିକ । ଏହା ଏକ ଧର୍ତବ୍ୟ ଏବଂ ଜଘନ୍ୟ ଅପରାଧ ବୋଲି କହିଲେ ଭୁଲ ହେବ ନାହିଁ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ସରକାର ଚଳିତ ମାସରେ ପ୍ରତିଦିନ ହାରାହାରୀ ୨୦ଜଣ ଲେଖାଏଁ କୋଭିଡରେ ରୋଗୀ ମୃତ୍ୟୁବରଣ କରୁଛନ୍ତି ବୋଲି ଘୋଷଣା କରୁଛନ୍ତି । ଗତ ୧୪ ତାରିଖରେ ଏହା ଚଳିତ ମାସରେ ଥିଲା ସର୍ବାଧିକ ୨୨ ଜଣ । ମାତ୍ର ସତ୍ୟନଗର ମଶାଣିରେ ଏହି ମେ ମାସରେ ପ୍ରତିଦିନ ୪୫ ଶବ ସତ୍କାର ହୋଇଥିବାର ତଥ୍ୟ ସେଠାକାର କର୍ମଚାରୀ ମାନଙ୍କ ଠାରୁ ମିଳେ । ଯେଉଁଥିରୁ ୩୦ ଜଣଙ୍କର କୋଭିଡ଼ ନିୟମ ମୁତାବକ ଶବଦାହ ହୋଇଛି । ଏହି ମାସରେ ବର୍ତମାନ ସୁଦ୍ଧା ୬୫୦ଜଣଙ୍କ ସବ ଏଠାରେ ପୋଡ଼ା ହୋଇଛି । କରୋନାର ଦ୍ୱିତୀୟ ଲହର ଆରମ୍ଭ ଠାରୁ ଓଡ଼ିଶାରେ ମୋଟ ୩୯୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ସରକାର କହୁଛନ୍ତି । ଅର୍ଥାତ ଦିନକୁ ହାରାହାରି ୬ ଜଣ କରୋନାରେ ମରିଛନ୍ତି । କିନ୍ତୁ ରାଜ୍ୟର ବିଭିନ୍ନ ମଶାଣି ଗୁଡ଼ିକରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସରକାରୀ ପରିସଂଖ୍ୟାନ ଠାରୁ ବହୁତ ଅଧିକ ବୋଲି ଜଣାପଡ଼ିଛି । ଏହି ତଥ୍ୟ ଅନୁଯାୟୀ ମେ ୧ରୁ ୧୪ ଭିତରେ ରାଜ୍ୟରେ ୨୦୦୦ ଶବ ସତ୍କାର ହୋଇଛି ବିଭିନ୍ନ ସହରର ମଶାଣି ଗୁଡ଼ିକରେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ସତ୍ୟନଗର, ଖାନ ନଗର, ସତୀଚଉରା ଇତ୍ୟାଦି ମଶାଣି ଗୁଡ଼ିକରେ ନିର୍ବାପିତ ହେଉନଥିବା ଜୁଇ ।
ସେହିପରି ସୂଚନା ଅଧିକାର ଆଇନ ଜରିଆରେ ସାମନାକୁ ଆସିଛି ସତ୍ୟନଗର ଶସ୍ମାନର ସତ । ଗତବର୍ଷ ସେପ୍ଟେମମ୍ବରେ ଦାହ ହୋଇଥିଲା ୧୨୮୮ ଶବ କିନ୍ତୁ କରୋନାରେ ସେହି ମାସରେ ରାଜ୍ୟ ସରକାରଙ୍କ ହିସାବ ଅନୁଯାୟି ପ୍ରାଣ ହରାଇଥିଲେ ୩୫୬ ଏହା ପଛରେ ରହସ୍ୟ କ’ଣ ରହିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସରକାର ଯେ କରେନା ମୃତ୍ୟୁ ସଂଖ୍ୟକୁ ଲୁଚାଉଛନ୍ତି ତାହା ଆଉ ଏକ କଥାରୁ ଜଣାପଡ଼େ । ରାଜ୍ୟ ସରକାର ଏବେ ଭୁବନେଶ୍ୱର, କଟକ ସମେତ ସମ୍ବଲପୁର, ଝାରସୁଗୁଡ଼ା ଇତ୍ୟାଦି ସହର ମାନଙ୍କରେ ଥିବା ମଣାଣି ଗୁଡ଼ିକରେ ସମ୍ପ୍ରସାରଣ ଓ ନୂଆ ମଣାଣି ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବର୍ତମାନ ସରକାରୀ ହିସାବ ଅନୁଯାୟୀ ଯଦି ଦିନକୁ ରାଜ୍ୟର ହାରାହାରି ୨୦ ଜଣ ମାରୁଛନ୍ତି ତେବେ ଏହି ନୂତନ ମଶାଣି ତିଆରି କରି ସରକାର ତତ୍ପର କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଗୁଜୁରାଟରେ ସରକାର କିଭଳି କରୋନା ମୃତ୍ୟ ଜନିତ ମୃତ୍ୟୁକୁ ଲୁଚାଇଛନ୍ତି ତାର ଖବର ଦିବ୍ୟା ଭାସ୍କର ନାମକ ଖବର କାଗଜରେ ପ୍ରକାଶ ପାଇଥିଲା କିଛିଦିନ ତଳେ । ଏହି ଖବର ଅନୁଯାୟୀ ଜାନୁଆରୀ ୧ ତାରିଖରୁ ମେ ୧୦ ତାରିଖ ଭିତରେ ରାଜ୍ୟରେ ୧ଲକ୍ଷ ୨୩ ହଜାର ଲୋକ ମୃତ୍ୟୁ ବରଣ କରିଥିବା ବେଳେ ସରକାରୀ ହିସାବ ଥିଲା ୪୨୧୮ । କରୋନା ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ସରକାର ଗୁଜୁରାଟ ମୋଡେଲକୁ ଅନୁକରଣ କରୁଛନ୍ତି କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking