27.1 C
Bhubaneswar
Friday, May 1, 2026
Homeଦେଶ ବିଦେଶପ୍ରଶ୍ନ ପତ୍ର ଲିକ ମାମଲାରେ ତାତିଲେ ଆଶାୟୀ

ପ୍ରଶ୍ନ ପତ୍ର ଲିକ ମାମଲାରେ ତାତିଲେ ଆଶାୟୀ

ନୂଆଦିଲ୍ଲୀ : ବିହାର ପବ୍ଲିକ ସର୍ଭିସ କମିଶନ ବା ବିପିଏସ୍‌ସି ଆଶାୟୀଙ୍କ ଦ୍ୱାରା ଜାରି ରହିଥିବା ବିକ୍ଷୋଭକୁ ସମର୍ଥନ କରି ଅଡ଼ୁଆରେ ପ୍ରଶାନ୍ତ କିଶୋର।  ଛାତ୍ର ଉତ୍ତେଜନା ପରେ ପାଟନାରେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମେତ ଦଳର ରାଜ୍ୟ ସଭାପତି ମନୋଜ ଭାରତୀ ଓ ଅନ୍ୟ ନେତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ପରୀକ୍ଷାର୍ଥୀଙ୍କୁ ରାଜରାସ୍ତାରେ ଆସି ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ପ୍ରଶାନ୍ତ କିଶୋରଙ୍କ ଉପରେ ଅନେକ ଗମ୍ଭୀର ଧାରା ଲାଗୁ କରିଛି ବିହାର ପୁଲିସ । କାଲିର ଉତ୍ତେଜନା ପାଇଁ ୬୦୦ରୁ ଅଧିକ ଅଜଣା ବିକ୍ଷୋଭକାରୀଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି । ପ୍ରଶାସନର ଅନୁମତି ନମିଳିବା ସତ୍ତ୍ୱେ ଗାନ୍ଧି ମଇଦାନରେ ଆସି ବିକ୍ଷୋଭ କରିବା ଓ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗରେ ପ୍ରଶାନ୍ତ କିଶୋର ମୋଟ ୨୧ ଜଣଙ୍କୁ ମାମଲାଭୁକ୍ତ କରିଛି ପୁଲିସ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking