33.1 C
Bhubaneswar
Saturday, April 27, 2024
Homeଓଡିଶାଜମି ଜାଲିଆତି: ତହସିଲଦାର ଗିରଫ

ଜମି ଜାଲିଆତି: ତହସିଲଦାର ଗିରଫ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ଜଣେ ତହସିଲଦାର ଓ ୪ ଜଣ ଆରଆଇ ଗିରଫ ହୋଇଛନ୍ତି । କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଗିରଫ ହୋଇଛନ୍ତି । ତହସିଲଦାର ଓ ୪ ଜଣ ଆରଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲରେ ଜାଲିଆତି ହୋଇଥିଲା । ଘଟଣାକୁ ନେଇ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଥିଲା । ରମେଶ ପଣ୍ଡା ଏବେ ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ଅଛନ୍ତି । ମୋଟ ୧୬ ଜଣଙ୍କ ନାଁରେ ମାମଲା ହୋଇଥିବା କହିଛନ୍ତି ଭିଜିଲାନ୍ସ ଏସପି । ସୂଚନା ଅନୁସାରେ, ଜଗତସିଂପୁର ଜିଲ୍ଲା କୁଜଙ୍ଗ ତହସିଲରେ ବସୁନ୍ଧରା ଯୋଜନାରେ ବଡ ଧରଣର ଜମି ଜାଲିଆତି ହୋଇଥିଲା । ଖବର ଜଣାପଡିବା ପରେ ମାମଲାର ଯାଞ୍ଚ କରୁଥିଲା ଭିଜିଲାନ୍ସ । ସେତେବେଳେ ରମେଶ ଚନ୍ଦ୍ର ପଣ୍ଡା ଥିଲେ ଜୁଜଙ୍ଗ ତହସିଲଦାର । ଜାଲିଆତି ମାମଲାରେ ଆଜି ଚଢଉ କରିଥିଲା ଭିଜିଲାନ୍ସ ଟିମ । ଚଢଉ ବେଳେ ତିହିଡି ତହସିଲଦାର ଏବଂ ୪ ଜଣ RIଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking