32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବେଲୁନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ : ୪ ମୃତ, ୧୦ ଆହତ

ବେଲୁନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ : ୪ ମୃତ, ୧୦ ଆହତ

ଭୋପାଳ: ବେଲୁନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଚିନ୍ଦୱାରା ଏବଂ ଉତ୍ତରପ୍ରଦେଶର ବାରଣାସୀରେ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଏବେବି ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଚିନ୍ଦୱାରା ବଜାରରେ ଜଣେ ବେଲୁନ ବିକାଳୀ ବେଲୁନରେ ଗ୍ୟାସ ଭରୁ ଥିଲେ । ଏହି ସମୟରେ ହଠାତ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଭଳି ଶବ୍ଦରେ ପୁରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଏକାଧିକ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ସେପଟେ ବାରଣାସୀ ରାମନଗରରେ ମଧ୍ୟ ବେଲୁନ୍ ବିକାଳୀ ବେଲୁନରେ ଗ୍ୟାସ୍ ଭରୁଥିବା ବେଳେ ଏହି ଭୟଙ୍କର ଘଟଣା ଘଟିଥିଲା । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking