39.1 C
Bhubaneswar
Friday, April 26, 2024
Homeଓଡିଶାଭିଜିଲାନ୍ସ ଜାଲରେ ବଅଁରପାଳ ତହସିଲ କିରାଣୀ

ଭିଜିଲାନ୍ସ ଜାଲରେ ବଅଁରପାଳ ତହସିଲ କିରାଣୀ

ଅନୁଗୁଳ : ବଅଁରପାଳ ତହସିଲ ଅଫିସର ବରିଷ୍ଠ କିରାଣୀ ବିନୟ ମହାପାତ୍ର ତହସିଲ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବଅଁରପାଳ ତହସିଲ ଅଧିନସ୍ଥ ନିଶା ଥାନା ଅନ୍ତର୍ଗତ ପଥୁରିଆ ଗ୍ରାମର ଦେବେନ୍ଦ୍ର ଅମାନ୍ତ ଜାଗା ଚିହ୍ନଟ ପାଇଁ ବାରମ୍ବାର ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇପଡିଥିଲେ । ଜାଗା ଚିହ୍ନଟ ହୋଇ ପାରିବ ମାତ୍ର ୧୫୦୦ ଟଙ୍କା ନେବି ବୋଲି କହିଥିଲେ । ଦେବେନ୍ଦ୍ର ୫୦୦ ଟଙ୍କା ଅଗ୍ରୀମ ବିନୟ ମହାପାତ୍ରଙ୍କୁ ଗତ ଜୁଲାଇ ମାସରେ ଦେଇଥିଲେ । ତା ପର ଠାରୁ ଦେବେନ୍ଦ୍ର ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ସମସ୍ତ ୧୫୦୦ ଟଙ୍କା ଏକକାଳୀନ ଦେବାକୁ ବିନୟ ମହାପାତ୍ର କହିଥିଲେ । ସୋମବାରକୁ କଣ୍ଟ ଦେଇ କହିଥିଲେ ସେହି ଦିନ ସମସ୍ତ ଟଙ୍କା ଧରି ଆସ ଜାଗା ଚିହ୍ନଟ ହୋଇଯିବ । ଏନେଇ ଦେବେନ୍ଦ୍ର ଭିଜିଲାନ୍ସ ଟିମ୍‌ର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ସକାଳ ୧୨ଟା ବେଳେ ଅଫିସରେ ପହଞ୍ଚି ପୂର୍ବ ଯୋଜନା ଅନୁଯାୟୀ ବିନୟ ବାବୁଙ୍କୁ ୧୫୦୦ ଟଙ୍କା ଦେଇଥିଲେ । ଏହି ସମୟରେ ଅନୁଗୁଳ ଭିଜିଲାନ୍ସ ଟିମ୍ ବିନୟଙ୍କୁ କାବୁ କରି ଟଙ୍କା ଉଦ୍ଧାର କରିବା ସହ ଅନୁଗୁଳ ଅଫିସକୁ ନେଇଯାଇଥିଲେ । ସୂଚନା ଥାଉକି ବିନୟ ମହାପାତ୍ର ପୂର୍ବରୁ ବଅଁରପାଳ ବ୍ଲକ କାର୍ଯ୍ୟାଳୟରେ ପୂର୍ବରୁ କିରାଣୀ ଭାବେ କାମ କରୁଥିବା ବେଳେ ମଧ୍ୟ ତାଙ୍କ ନାମରେ ଅଭିଯୋଗ ହେଉଥିଲା । ବିନୟ ମହାପାତ୍ରଙ୍କ ଘର କାମାକ୍ଷାନଗର ବୋଲି ଜଣାପଡିଛି । ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ସମଗ୍ର ବଅଁରପାଳ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking