40.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ

ମାଲକାନଗିରି: ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତାର ସହ ଆଗେଇ ଚାଲିଛି । ମାଲକାନଗିରି ଜିଲ୍ଲାରେ ବହୁତ ଲୋକ ଏହି ଯୋଜନାରେ ଅନେକ ଉପକୃତ ହେଇଛନ୍ତି । କିନ୍ତୁ ଜିଲ୍ଲାରେ ବର୍ତ୍ତମାନ ମଧ୍ୟ ଏପରି କେତେକ ଗ୍ରାମ ଅଛି, ସେହି ଗ୍ରାମର କେତେକ ଲୋକ ଏହି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବାର ଦେଖାଯାଉଛି । ଗରିବ ଲୋକର ଦୁଃଖ କହିଲେ ସରେନାହିଁ ।
କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି.୯୯ ଗ୍ରାମର ବୁଚି କୁମାର ଘରାମୀ ବୟସ ପ୍ରାୟ ୬୦ । ସେ ୪୦ ବର୍ଷ ହେଲା ଏଠାରେ ବସବାସ କରୁଛନ୍ତି । ବୁଚିଙ୍କ ବୟସ ହେଇଥିବାରୁ ସେ ବର୍ତମାନ କୌଣସି କାମ କରି ପାରୁ ନାହାନ୍ତି । ତାଙ୍କ ସ୍ତ୍ରୀ ବିଡ଼ି ବାନ୍ଧି ପରିବାର ବହୁତ କଷ୍ଟରେ ଚଳାଉଛନ୍ତି । ତାଙ୍କ ଘରର ଅବସ୍ଥା ବହୁତ ସୋଚନିୟ । ବେଳେବେଳେ ଘରର କାନ୍ଥ ଭୁଶୁଡି ପଡେ । ବର୍ଷା ହେଲେ ଘର ଭିତରେ ଝରୁଛି ବର୍ଷା ପାଣି ଓ ଘରର ଚାରି ପାଖରେ କାଦୁଅ ପଚପଚ ହେଉଛି ଅଗଣା । ବର୍ଷା ଦିନରେ ଘର ଉପରେ ପ୍ଲାଷ୍ଟିକ କାଗଜ ଘୋରେଇ ବହୁତ କଷ୍ଟରେ ଜୀବନ ଯାପନ କରନ୍ତି ।
 
ଆଶା କରି ବସିଛି ବୁଚି ମିଳିବ କେବେ ସରକାରୀ ଘରଟିଏ । କିନ୍ତୁ ତାଙ୍କର ଆଶା, ଆଶାରେ ହିଁ ରହିଗଲା । ବୁଚି କୁମାର ଘରାମୀ କହିବା ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ନିମନ୍ତେ ବହୁତ ଥର ଦରଖାସ୍ତ ଦେଇଥିଲେ ମାତ୍ର ବର୍ତ୍ତମାନ ସୁଧା ସରକାରଙ୍କ ଦ୍ଵାରା ପ୍ରାପ୍ତ କୌଣସି ମୌଳିକ ସୁବିଧା ତାଙ୍କୁ ମିଳି ପାରି ନାହିଁ । ଏମଭି.୯୯ର ଗ୍ରାମବାସୀ ସକାରଙ୍କୁ ନିବେଦନ କରି କହିଛନ୍ତି ଏହି ଗରିବ ପରିବାରକୁ ଗୋଟିଏ ସରକାରୀ ଘର ଯୋଗେଇ ଦିଆଯାଉ । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏଥିପ୍ରତି କେଉଁ ପଦକ୍ଷେପ ନେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking