30.1 C
Bhubaneswar
Friday, April 26, 2024
Homeଖେଳସୟଦ୍ ମୋଦୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌ରୁ ଓହରିଲେ ଲକ୍ଷ୍ୟ

ସୟଦ୍ ମୋଦୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌ରୁ ଓହରିଲେ ଲକ୍ଷ୍ୟ

ନୂଆଦିଲ୍ଲୀ : ନିକଟରେ ଇଣ୍ଡିଆ ଓପନ୍ ଚାମ୍ପିଅନ୍ ହୋଇଥିବା ଭାରତର ଯୁବ ଶଟ୍‌ଲର୍ ଲକ୍ଷ୍ୟ ସେନ୍ ସୋମବାର ଆଗାମୀ ସୟଦ୍ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍ ସୁପର୍ ୩୦୦ ଟୁର୍ଣ୍ଣାମେଣ୍ଟ୍‌ରୁ ଓହରି ଯାଇଛନ୍ତି । ଗତବର୍ଷ ଅକ୍ଟୋବରରୁ ଲଗାତାର ଟୁର୍ଣ୍ଣାମେଣ୍ଟ୍ ଖେଳି ଥକି ପଡ଼ିଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ସିଜନ୍‌ର ପ୍ରଥମ ଟୁର୍ଣ୍ଣାମେଣ୍ଟ୍ ଇଣ୍ଡିଆ ଓପନ୍‌ରେ ପଦାର୍ପଣକାରୀ ୨୦ ବର୍ଷୀୟ ଲକ୍ଷ୍ୟ ରବିବାର ଫାଇନାଲ୍‌ରେ ବିଶ୍ୱ ଚାମ୍ପିଅନ୍ ସିଙ୍ଗାପୁରର ଲୋହ କିନ୍ ୟେଉଙ୍କୁ ହରାଇ ପ୍ରଥମ ସୁପର୍ ୫୦୦ ଟାଇଟଲ୍ ଜିତିଥିଲେ ।

ଆୟୋଜକଙ୍କୁ ରବିବାର ଲେଖିଥିôବା ଏକ ପତ୍ରରେ ଲକ୍ଷ୍ୟ ଜଣାଇଛନ୍ତି, ‘ଦିଲ୍ଲୀରେ ଗତ ରାତିରେ ଇଣ୍ଡିଆ ଓପନ୍ ଶେଷ କରିବା ପରେ ମୁଁ ବହୁ ଥକି ପଡ଼ିଛି । ଏପରି ସ୍ଥିତିରେ ଇଭେଣ୍ଟ୍‌ରେ ଭାଗ ନେଇ ଏହା ପ୍ରତି ନ୍ୟାୟ ଦେଇପାରିବି ନାହିଁ ବୋଲି ମୋତେ ଲାଗୁଛି ।’ ସେ ଆହୁରି କହିଛନ୍ତି, ମୋ କୋଚ୍‌, ଫିଜିଓ ଏବଂ ପରିବାର ସହିତ ଆଲୋଚନା କରିବା ପରେ ସୟଦ୍ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍‌ରୁ ଓହରିବାକୁ ନିଷ୍ପତ୍ତି ନେଇଛି । ଫଳରେ ମାର୍ଚ୍ଚରୁ ହେବାକୁ ଥିବା ଆଗାମୀ ଇଭେଣ୍ଟ୍ ପାଇଁ ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ଜରୁରୀ କିଛି ସମୟର ବିଶ୍ରାମ ନେଇପାରିବି ।’ ଏହାଛଡ଼ା ଭାରତର ପ୍ରଥମ ଯୋଡ଼ି ଭାବେ ରବିବାର ଇଣ୍ଡିଆ ଓପନ୍ ଟାଇଟଲ୍ ଜିତିଥିବା ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ମଧ୍ୟ ସୟଦ୍ ମୋଦୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌ରୁ ଓହରିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking