29.1 C
Bhubaneswar
Wednesday, April 24, 2024
Homeଓଡିଶାଅକ୍ସିଜେନ୍ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଅକ୍ସିଜେନ୍ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଗଞ୍ଜାମ : ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ସମୟରେ ଆସୁଥିବା ଜରୁରୀକାଳୀନ ରୋଗୀମାନେ ଏଠାରେ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହେଉଥିବା ଅଭିଯୋଗ ହେଉଛି । ସଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ଉପଲବ୍ଧ ନହେବାରୁ ଏଠାରୁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଉଛି । ବ୍ରହ୍ମପୁରରେ ପହଞ୍ôଚଲା ବେଳକୁ ବହୁ ସମୟରେ ଗୁରୁତର ରୋଗୀଙ୍କ ପ୍ରାଣବାୟୁ ଉଡିଯିବା ଘଟଣା ସାମ୍ନାକୁ ଆସୁଛି । ଆଜି ପୁଣି ଜଣେ ଗୁରୁତର ରୋଗୀଙ୍କୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅକ୍ସିଜେନ୍ ଅଭାବରୁ ତାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛିି । ଯାହାକୁ ନେଇ ଦିଗପହଣ୍ଡି ସହରରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି ହୋଇଛି । ପ୍ରାଣ ହରାଇଥିବା ରୋଗୀ ଜଣକ ବଜାର ସାହିର ଶିବରାମ ପଣ୍ଡା ବୋଲି ଜଣାପଡିଛି ।

ଶିବରାମଙ୍କ ବୋହୁ ଗାୟତ୍ରୀ ପଣ୍ଡାଙ୍କ ଅଭିଯୋଗ ପ୍ରକାରେ ତାଙ୍କ ଶ୍ୱଶୁର ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଏଭଳି ଅବସ୍ଥାରେ ତାଙ୍କର ଅକ୍ସିଜେନ୍ ଦରକାର ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ତାହା ନଥିବାରୁ ଅଧଘଣ୍ଟା ମେଡିକାଲରେ ପଡିରହିବା ପରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ବୋଲି କହିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରର ଏଭଳି ଅବସ୍ଥାକୁ ନେଇ ସହରବାସୀଙ୍କ ମଧ୍ୟରେ ଏବେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ସମ୍ପ୍ରତି ଏହି ସ୍ୱାସ୍ଥ୍ୟୂ କେନ୍ଦ୍ରରେ ଜଣେ ମାତ୍ର ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେଉଛି । ତିନିଜଣ ନର୍ସଙ୍କ ବଦଳରେ ଅଛନ୍ତି ଜଣେ ମାତ୍ର ନର୍ସ। ଚାରିଜଣ ଆଟେଣ୍ଡାଟ୍‌ଙ୍କ ବଦଳରେ ଜଣେ ମାତ୍ର ଆଟେଣ୍ଡାଣ୍ଟ ଅଛନ୍ତି ।

ଏଠାରେ ଅକ୍ସିଜେନ୍ ନାହିଁ କିମ୍ବା ଇନ୍‌ଭର୍ଟର ନଥିବାରୁ ବିଦ୍ୟୁତ୍ ବିଛିନ୍ନ ସମୟରେ ରୋଗୀସେବା କାଠିକର ପାଠ ହେଉଛି । ଏଠାରେ କି ପ୍ରକାର ତ୍ୱରିତ ରୋଗୀସେବା ଯୋଗାଇ ଦିଆଯାଇପାରିବ ତାହା ତାଙ୍କର ନିୟନ୍ତ୍ରଣରୁ ବାହାର ବୋଲି ଡାକ୍ତର ସୁବାଶିଷ୍ ସାହୁଙ୍କ ସହ ଯୋଗାଯୋଗ ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଗୁରୁତର ରୋଗୀଙ୍କୁ ଏଠାରେ ଉପଯୁକ୍ତ ପ୍ରାଥମିକ ଚିକିତ୍ସା ନମିଳିବାରୁ ପ୍ରତିଦିନ ଏଠାରେ ହଟ୍ଟଗୋଳ ଲାଗିରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଡ଼. ସୂର୍ଯ୍ୟନାରାୟଣ ପାତ୍ର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ଭିତ୍ତିଭୂମିରେ ପରିଣତ କରି ରୋଗୀ ସେବାକୁ ସରଳିକରଣ କରିବା ପାଇଁ ପୂର୍ବତନ ନଗରପାଳ ଭି.ରବିନାରାୟଣ ରାଜୁ ଦାବି ଉପସ୍ଥାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking