40.1 C
Bhubaneswar
Thursday, April 25, 2024
Homeଓଡିଶାନିରୁଦ୍ଦିଷ୍ଟ ମା’ଙ୍କୁ ପାଇଲା ପୁଅ

ନିରୁଦ୍ଦିଷ୍ଟ ମା’ଙ୍କୁ ପାଇଲା ପୁଅ

ଅନୁଗୁଳ: ମାନସିକ ଭିନ୍ନକ୍ଷମ ହୋଇ କଟକ ଓଡ଼ିଆ ବଜାରରୁ ନିରୁଦ୍ଦିଷ୍ଟ ହୋଇଥିବା ଜଣେ ମୁସଲିମ ମହିଳାଙ୍କୁ ତାର ପରିବାର ଲୋକ ଫେରି ପାଇଛନ୍ତି । ଗତ ୧୬ ତାରିଖରେ ଅନୁଗୁଳ କରଡ଼ାଗାଡ଼ିଆ ତେଲ ଟାଙ୍କି ନିକଟରେ ଜଣେ ମହିଳାଙ୍କୁ ଅସହାୟ ଅବସ୍ଥାରେ ଦେଖି ଅନୁଗୁଳ ଶିରିଡ଼ି ସାଇ ଆତ୍ମା ଦର୍ଶନ ଚ୍ୟାରିଟେବଲ୍ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଅଜୟ ତ୍ରିପାଠୀ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହଯୋଗରେ ମେଡିକ୍ସ ସଂସ୍ଥାରେ ରଖାଇଥିଲେ ।

ବହୁତ୍ ପଚରାଉଚରା ପରେ ତାଙ୍କ ଘର କଟକ ଓଡ଼ିଆ ବଜାର ଏବଂ ତାଙ୍କ ନାମ ରେହମାତୁନ ବିବି ବୋଲି କହିଥିଲେ । ଶ୍ରୀ ତ୍ରିପାଠୀ କଟକ ଯୋଗାଯୋଗ କରି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ସୋମବାର ମହିଳାଙ୍କ ପୁଅ ତାଉସିଫ ମିର୍ଜା ଏବଂ ତାଙ୍କ ଭାଇ ଅନୁଗୁଳରେ ପହଞ୍ଚି ନିଜ ମା’ଙ୍କୁ ଘରକୁ ନେଇଥିଲେ । ଦୀର୍ଘ ୬ ମାସ ପରେ ମା’ ପୁଅଙ୍କ ମିଳନ ହୋଇଥିଲା । ଶ୍ରୀ ତ୍ରିପାଠୀଙ୍କ ଏ ସାଧୁ ଉଦ୍ୟମ ପାଇଁ ମହିଳାଙ୍କ ପରିବାର ଲୋକେ ତାଙ୍କୁ କୃତଜ୍ଞତା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking