29.1 C
Bhubaneswar
Monday, May 6, 2024
Homeଓଡିଶାଏହି ଅଭିନେତାଙ୍କ ହାତ ଧରି ଏୟାରପୋର୍ଟରୁ ବାହାରିଲେ ସୁଜାନ୍ନେ ଖାନ୍

ଏହି ଅଭିନେତାଙ୍କ ହାତ ଧରି ଏୟାରପୋର୍ଟରୁ ବାହାରିଲେ ସୁଜାନ୍ନେ ଖାନ୍

ନୂଆଦିଲ୍ଲୀ: ବଲିଉଡର ଗ୍ରୀକ୍ ଗଡ୍ ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜାନ୍ନେ ଖାନ୍ ବାଛି ନେଇଛନ୍ତି ନିଜର ନୂଆ ପାର୍ଟନର । ସବା ଆଜାଦଙ୍କ ସହିତ ହ୍ରିତିକ ନିଜର ରିଲେଶନସିପ୍ ବିଷୟରେ ଖୋଲାଖୋଲି କହିନଥିବା ବେଳେ ମଧ୍ୟ ଉଭୟ ହାତ ଧରାଧରି ହୋଇ ବୁଲୁଥିଲେ । ଗୋଟିଏ ଦିନ ପୂର୍ବରୁ ହ୍ରିତିକ୍ ଓ ସବା ଆଜାଦ୍ ହାତ ଧରାଧରି ହୋଇ ବୁଲୁଥିବା ବେଳେ ମୁମ୍ବାଇ ଛତ୍ରପତି ଶିବାଜୀ ବିମାନ ବନ୍ଦରରୁ ବାହାରକୁ ହାତ ଧରାଧରି ହୋଇ ବାହାରିଥିଲେ । ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ମଧ୍ୟ ଖବର ଭାଇରାଲ ହୋଇଥିଲା । ଏହି ଘଟଣାର ଗୋଟିଏ ଦିନ ପରେ ନିଜର ରିଲେଶନସିପରେ ଥିବା ନେଇ ସ୍ପଷ୍ଟ କରିଛନ୍ତି ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜାନ୍ନେ ଖାନ୍ ।

ଟିଭି ଅଭିନେତା ଅର୍ସଲାନ୍ ଗୋନିଙ୍କୁ ଡେଟ୍ କରୁଥିବା ନେଇ ସ୍ପଷ୍ଟ କରିଛନ୍ତି ସୁଜାନ୍ନେ । ଉଭୟ ବୁଧବାର ଦିନ ହାତ ଧରାଧରି ହୋଇ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବାହାରକୁ ବାହାରିଥିଲେ । ଉଲ୍ଲେଖଯୋଗ୍ୟ ଅର୍ସଲାନ୍ ହେଉଛନ୍ତି ଟିଭି ଅଭିନେତା ଅଲି ଗୋନୀଙ୍କ ଭାଇ । ଏପରିକି ଏହି ଲଭ ବାର୍ଡ ଦୁଇ ଜଣ ଯାକ ହାତ ଧରାଧରି ହୋଇ ଆସିବା ସହିତ ମିଡିଆ ଆଗରେ ପୋଜ ମଧ୍ୟ ଦେଇଥିଲେ । ସୁଜାନ୍ନେ ସମ୍ପୂର୍ଣ୍ଣ ବ୍ଲାକ୍ ଆଉଟ୍ଫିଟରେ ନଜର ଆସିଥିବା ବେଳେ ଅର୍ସଲାନ୍ ଏକ କ୍ରିମ କଲରର ଟି ସାର୍ଟ ପିନ୍ଧିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking