33.1 C
Bhubaneswar
Wednesday, April 24, 2024
Homeଇଞ୍ଜିନିୟରିଂଜାନୁଆରୀରେ ଇଞ୍ଜନିୟରିଂ ସେମିଷ୍ଟର ପରୀକ୍ଷା ପାଇଁ ଖାଲି ପଡ଼ିଛି ୫୪୮ ସିଟ୍‌: ଜିଟିୟୁ

ଜାନୁଆରୀରେ ଇଞ୍ଜନିୟରିଂ ସେମିଷ୍ଟର ପରୀକ୍ଷା ପାଇଁ ଖାଲି ପଡ଼ିଛି ୫୪୮ ସିଟ୍‌: ଜିଟିୟୁ

ଅହମ୍ମଦାବାଦ: ଗୁଜରାଟରେ ଇଞ୍ଜିନିୟରିଂ ଛାତ୍ରଙ୍କ ସେମିଷ୍ଟାର୍ ପରୀକ୍ଷାରେ ବିଳମ୍ବ ତଥା ଜାନୁଆରୀରେ ହେବାକୁ ଥିବା ସେମିଷ୍ଟାର୍ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଛି ଗୁଜରାଟ ଟେକ୍‌ନୋଲୋଜି ୟୁନିଭର୍ସିଟି (ଜିଟିୟୁ) । ଜିଟିୟୁ ନାମଲେଖା କମିଟିର ଏହି ନିଷ୍ପତ୍ତି ପାଇଁ ଏବଂ ଅନେକ ଛାତ୍ର ଆଇଆଇଟି ଏବଂ ଏନ୍‌ଆଇଟିରେ ଆଡ୍‌ମିଶନ୍ କରିବା ପରେ ଏଠାରେ ୫୪୮ ସିଟ୍ ଖାଲି ପଡ଼ିଛି । ଏଥିଲାଗି ଯୋସା (ଜଏଣ୍ଟ୍ ସିଟ୍ ଆଲୋକେସନ୍ ଅଥୋରିଟି) ପଦକ୍ଷେପ ସ୍ୱରୂପ ଏବେ ଅଣ୍ଡର୍ ଗ୍ରାଜୁଏଟ୍ ପିଲାଙ୍କୁ ନାମ ଲେଖା ପାଇଁ ସୁଯୋଗ ଦେଇଛି । ଏହି ସିଟ୍ କେବଳ ସେହିମାନଙ୍କୁ ଦିଆଯିବ ଯେଉଁମାନେ ଆଇଆଇଟି ଏବଂ ଏନ୍‌ଆଇଟିରେ ହାଇସ୍କୋର୍ କରିଛନ୍ତି । ଏମାନଙ୍କୁ ସରକାରୀ ଏବଂ ଗ୍ରାଣ୍ଟ୍ ଇନ୍ ଏଡ୍ ଅନ୍ତର୍ଭୁକ୍ତ କଲେଜରେ କମ୍ପ୍ୟୁଟର୍ ସାଇନ୍ସ, ଆଇଟି ଏବଂ ସିଭିଲ୍ ଇଞ୍ଜିନିୟରିଂ ବିଷୟରେ ନାମ ଲେଖା ପାଇଁ ସୁଯୋଗ ଦିଆଯାଇଛି ।
ଏହି ପରୀପ୍ରେକ୍ଷୀରେ ଯେଉଁ ଛାତ୍ର ଚାହିଁବ ଉପରୋକ୍ତ ବିଷୟ ମଧ୍ୟରୁ ଯେକୌଣସି ବିଷୟରେ ଆଡ୍‌ମିସନ୍ କରିପାରିବ । ଯେମିତିକି ଜଣେ ଛାତ୍ର ଯଦି ଆଇଟି ବିଷୟ ପାଇଁ ଯୋଗ୍ୟ ବିବେଚିତ ହୋଇଥିବ ତେବେ ସେହି ଛାତ୍ରଜଣକ ସିଭିଲ୍ ଇଞ୍ଜିନିୟରିଂରେ ମଧ୍ୟ ନାମ ଲେଖାଇପାରିବ । ତେବେ ଏଲ୍‌ଡି କଲେଜ ଅଫ୍ ଇଞ୍ଜିନିୟରିଂ, ବିଶ୍ୱକର୍ମା କଲେଜ ଅଫ୍ ଇଞ୍ଜନିୟରିଂ, ଆଇଆଇଟି ରାମ୍ ଏବଂ ରାଜକୋଟ ସରକାରୀ ଇଞ୍ଜନିୟରିଂ କଲେଜ ଆଦି ସମେତ ଆହୁରି ଅନେକ ଇଞ୍ଜନିୟରିଂ କଲେଜରେ ୫୪୮ ସିଟ୍ ଖାଲି ପଡ଼ିଛି ।
ଅପରପକ୍ଷେ ଜାନୁଆରୀରେ ହେବାକୁ ଥିବା ପରୀକ୍ଷାରେ ଅନ୍ୟ ଏକ ସମସ୍ୟା ଉଭା ହୋଇଛି ଯେ, ଯଦି ଜଣେ ଛାତ୍ର ଆଇଟି ପାଇଁ ଯୋଗ୍ୟ ବିବେଚିତ ହୋଇ ପଢ଼ା ଆରମ୍ଭ କରିଥିବ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେ ସିଭିଲ୍ ଇଞ୍ଜନିନିୟରିଂ ଶାଖାକୁ ପାଠ୍ୟକ୍ରମ ପରିବର୍ତ୍ତନ କରିବ, ତେବେ ଜାନୁଆରୀରେ ହେବାକ ୁଥିବା ପରୀକ୍ଷାରେ ସମ୍ପୃକ୍ତ ଛାତ୍ରକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking