38.1 C
Bhubaneswar
Friday, April 26, 2024
Homeବଲିଉଡସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଘାଣ୍ଟୁଚି ସିବିଆଇ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଘାଣ୍ଟୁଚି ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟ ତଦନ୍ତରେ ଆକ୍ସନ ମୋଡ଼ରେ ସିବିଆଇ।  ଆଜି ମୁମ୍ବାଇରେ ତଦନ୍ତର ତୃତୀୟ ଦିନ ।  ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଆଉ କିଛି ଲୋକଙ୍କୁ ଆଜି ପଚରାଉଚରା କରିପାରେ।  ଶନିବାର ଦିନ ସିବିଆଇ ଟିମ୍ ବାନ୍ଦ୍ରାସ୍ଥିତ ସୁଶାନ୍ତଙ୍କ ଡୁପ୍ଲେକ୍ସ ଫ୍ଲାଟରେ ପହଞ୍ଚି ପ୍ରାୟ ୬ ଘଣ୍ଟା ଯାଞ୍ଚ କରିଥିଲା।
ଘଟଣା ଦିନ ଘରେ ଉପସ୍ଥିତ ଥିବା ସିଦ୍ଧାର୍ଥ ପାଠାନି, ଦୀପେଶ ସାୱନ୍ତ ଏବଂ ନୀରଜ ସିଂଙ୍କୁ ଡକାଯାଇଥିଲା। ସିବିଆଇର ଜୋରଦାର ଅନୁସନ୍ଧାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।  ଲୋକଙ୍କୁ ପଚରାଉଚରା କରାଯାଇଥିଲା।  ଆଜି ମଧ୍ୟ ତଦନ୍ତ ଜାରି ରହିଛି।  ସିଦ୍ଧାର୍ଥ ପିଠାନିଙ୍କ ପରେ ସୁଶାନ୍ତ ସିଂ ରାଜପୁତଙ୍କ କୁକ ନୀରଜ ମଧ୍ୟ DRDO ଗେଷ୍ଟ ହାଉସରେ ପହଞ୍ଚିଛନ୍ତି।  ସିବିଆଇ ଟିମ୍ ଗେଷ୍ଟ ହାଉସରେ  ସିଦ୍ଧାର୍ଥ  ଏବଂ କୁକ ନୀରଜଙ୍କୁ ମୁହାଁମୁହିଁ ପ୍ରଶ୍ନ କରିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking