32.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମଣିପୁର ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା, କହିଲେ, ୧୪ଦିନ ଧରି କାହିଁକି ହୋଇନଥିଲା କାର୍ଯ୍ୟାନୁଷ୍ଠାନ

ମଣିପୁର ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା, କହିଲେ, ୧୪ଦିନ ଧରି କାହିଁକି ହୋଇନଥିଲା କାର୍ଯ୍ୟାନୁଷ୍ଠାନ

ମଣିପୁର : ମଣିପୁର ଭାଇରାଲ ଭିଡିଓକୁ ନେଇ ସୁପ୍ରିମକୋର୍ଟ ସୋମବାର ଦିନ ଶୁଣାଣି କରିଛନ୍ତି । ଏହି କ୍ରମରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି, ମେ’୪ ତାରିଖରେ ଘଟଣା ଘଟିଲା ଓ ପୋଲିସ ମେ ୧୮ ତାରିଖରେ ମାମଲା ରୁଜୁ କଲା । ଘଟଣା ଘଟିବାର ୧୪ ଦିନ ପର୍ଯ୍ୟନ୍ତ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଭିଡିଓ ସାମ୍ନାକୁ ଆସିବା ପରେ ଜଣାପଡିଲା କି, ଜଣେ ମହିଳାଙ୍କୁ ନଗ୍ନ କରି ପରେଡ କରାଯାଇଛି ଓ ଅତିକମରେ ୨ଜଣ ମହିଳାଙ୍କ ସହ ବଳାକ୍ରାର ହୋଇଛି । ହେଲେ ସେଠାରେ ପୋଲିସ କଣ କରୁଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।
ମୁଖ୍ୟ ବିଚାରପତି ପଚାରିଥିଲେ କି ଧରନ୍ତୁ ମହିଳାଙ୍କ ବିରୋଧରେ ହୋଇଥିବା ହଂସାକୁ ନେଇ ହଜାରେ ଅଭିଯୋଗ ଦାଖଲ ହୋଇଛି । ସିବିଆଇ କଣ ସବୁ ଘଟଣାର ତଦନ୍ତ କରିପାରିବ ? ଏନେଇ ସରକାରଙ୍କ ତରଫରୁ ନିଯୁକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ କି ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଜଣେ ମହିଳା ଅଧିକାରୀଙ୍କ ତଦନ୍ତ ଟିମରେ ସାମିଲ କରାଯିବ । ସେପଟେ ସରକାରଙ୍କ ତରଫରୁ ଉପସ୍ଥିତ ଥିବା ଆର୍ଟୋନୀ ଜେନେରାଲ ଆର ଭେଙ୍କେଟରମନୀ କହିଛନ୍ତି କି, ମଙ୍ଗଳବାର ଦିିନ ପ୍ରତି ମାମଲା ଉପରେ ତଥ୍ୟ ସହ ସୂଚନା ଦିଆଯିବ ।
ମୁଖ୍ୟ ବିଚାରପତି ପଚାରିଥିଲେ କି ୬ ହଜାର ଅଭିଯୋଗର ବର୍ଗିକରଣ କଣ, ଏଥିରେ କେତେ ଶୂନ୍ୟ ଅଭିଯୋଗ ରହିଛି, ତା ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି, କେତେ ଜଣ ଗିରଫ ହୋଇଛନ୍ତି ତାହା ଜାଣିବାକୁ ପଡିବ । ଆସନ୍ତା କାଲି ଏହି ମାମଲା ଉପରେ ଆମେ ପୁର୍ନବାର ଶୁଣାଣି କରିବୁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ଏହାକୁ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି କି ମଙ୍ଗଳବାର ସକାଳ ସୁଦ୍ଧା ଅଭିଯୋଗଗୁଡିକର ବର୍ଗିକରଣ ଉପଲବ୍ଧ କରାଇବା ସମ୍ଭବ ନୁହେଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking