32.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଆସନ୍ତାକାଲି ଲୋକସଭାରେ ଆସିବ ଦିଲ୍ଲୀ ଅଧ୍ୟାଦେଶ ବିଲ୍ , ବିଲକୁ ବିରୋଧ କରିବାକୁ ବିରୋଧୀ ଦଳ...

ଆସନ୍ତାକାଲି ଲୋକସଭାରେ ଆସିବ ଦିଲ୍ଲୀ ଅଧ୍ୟାଦେଶ ବିଲ୍ , ବିଲକୁ ବିରୋଧ କରିବାକୁ ବିରୋଧୀ ଦଳ ନେତାଙ୍କୁ କେଜ୍ରିୱାଲଙ୍କ ଅନୁରୋଧ 

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିନ । ଆଉ ସଂସଦରେ ବିରୋଧୀଙ୍କ ହୋ ହଲ୍ଲା ଜାରି ରହିଛି । ଆଜି ପ୍ରଥମେ ଦ୍ୱିପହର ୨ଟା ପର‌୍ୟ୍ୟନ୍ତ ଲୋକସଭାକୁ ସ୍ଥଗିତ କରିବା ପରେ, ପୁଣିଥରେ ଗୃହର କାର‌୍ୟ୍ୟ ଆରମ୍ଭ ହେଇଥିଲା । ହେଲେ ଏଥର ମଧ୍ୟ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଅନ୍ୟପଟେ ମଙ୍ଗଳବାର ଲୋକସଭାରେ କେନ୍ଦ୍ର ସରକାର ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଆଣିପାରନ୍ତି ବୋଲି ଜଣାପଡିଛି । ଯାହାକୁ କି ବିରୋଧୀ ଦଳର ସାଂସଦମାନେ ବିରୋଧ କରୁଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭେଟି ଏହି ବିଲକୁ ବିରୋଧ କରିବାକୁ ଅନୁରୋଧ କରିଛନ୍ତି । ଏନେଇ ସେ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି । ତେବେ ଆସନ୍ତାକାଲି ଯଦି ଲୋକସଭାରେ ଏହି ବିଲ୍ ଆଗତ ହୁଏ, ତେବେ ଏହି ବିଲ୍ ବିନା ଦ୍ୱନ୍ଦ୍ୱରେ ପାସ ହେଇଯିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ ଲଗାଇଛନ୍ତି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଅନୁସାରେ, ଏଣିକି ଦିଲ୍ଲୀର ଗ୍ରୁପ ଏ ଅଧିକାରୀଙ୍କ ବଦଳି ଏବଂ ତାଙ୍କ ଉପରେ ଅନୁଶାସନାତ୍ମକ କାର‌୍ୟ୍ୟାନୁଷ୍ଠାନର ଅଧିକାର ଉପରାଜ୍ୟପାଳଙ୍କ ହାତରେ ରହିବ । ଯାହାକୁ କି ଦିଲ୍ଲୀ ସରକାର ବିରୋଧ କରୁଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେପି-ଆପ୍ ମଧ୍ୟ ମୁହାଁମୁହିଁ ହେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking