33.1 C
Bhubaneswar
Monday, May 20, 2024
Homeଓଡିଶାବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଶେଷ ଦିନରେ ବର୍ଷାଙ୍କୁ ୪ ଘଣ୍ଟା ଜେରା

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଶେଷ ଦିନରେ ବର୍ଷାଙ୍କୁ ୪ ଘଣ୍ଟା ଜେରା

କଟକ: ଅନୁଭବ-ବର୍ଷା ବିବାହ ବିଛେଦ ମାମଲାରେ ଆଜି ବର୍ଷାଙ୍କୁ ଶେଷଥର ପାଇଁ ୪ଘଣ୍ଟା ଜେରା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରାଯାଇଛି । ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କୁ ଜେରା କରିବା ଏବଂ ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷ ଯୁକ୍ତି ଶେଷ କରି ଅକ୍ଟୋବର ଶେଷ ସୁଦ୍ଧା ମାମଲାର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଫ୍ୟାମିଲି କୋର୍ଟରେ ଶୁଶାଣି ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ । ଅହେତୁକ ବିଳମ୍ବ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହେଉଥିବା ଦର୍ଶାଇଥିଲେ ଅନୁଭବଙ୍କ ଓକିଲ । ବର୍ଷାଙ୍କୁ କୋର୍ଟ ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହାପରେ ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ଜେରା ଶେଷ କରିବାକୁ ହାଇକୋର୍ଟ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking