37.1 C
Bhubaneswar
Sunday, May 5, 2024
Homeକରୋନାସୁପ୍ରିମକୋର୍ଟ ଅଧିକାଂଶ କର୍ମଚାରୀଙ୍କୁ କୋରନା

ସୁପ୍ରିମକୋର୍ଟ ଅଧିକାଂଶ କର୍ମଚାରୀଙ୍କୁ କୋରନା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅଧିକାଂଶ କର୍ମଚାରୀ କୋରନା ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କ ଚିହ୍ନଟ ପରେ ସୁପ୍ରିମକୋର୍ଟ ପରିସରକୁ ସାନିଟାଇଜ୍‌ଡ କରାଯାଉଛି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନିଜ ନିଜ ଘରୁ ବିଚାରପତିମାନେ ଶୁଣାଣୀ କରିବେ । ଆଜି ସମସ୍ତ ଖଣ୍ଡପୀଠ ନିର୍ଦ୍ଧାରିତ ସମୟର ଘଣ୍ଟା ବିଳମ୍ବରେ ବସିବ ।

ତେବେ ଦିଲ୍ଲୀରେ କୋରନା ସଂକ୍ରମଣ ଦିନକୁ ଦିନ ବେକାବୁ ହେବାକୁ ଲାଗିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୦ ହଜାର ୭୭୪ କୋରନା ପଜେଟିଭ ଚିହ୍ନଟ ହୋଇଛନ୍ତି ଓ ୪୮ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିରୱାଲ କହିଛନ୍ତି ଯେ, ସେ ଲକଡାଉନ ସପକ୍ଷରେ ନାହାନ୍ତି କିନ୍ତୁ ଲକଡାଉନ ମାଧ୍ୟରେ ସଂକ୍ରମଣ ଗତିକୁ ହ୍ରାସ କରାଯାଇପାରେ । ଯଦି ଦିଲ୍ଲୀର ଲୋକେ ସହଯୋଗ କରିବେ ଓ ହସ୍ପିଟାଲ ଗୁଡିକର ବ୍ୟବସ୍ଥା ନିୟନ୍ତ୍ରଣରେ ରହିବ , ତେବେ ଦିଲ୍ଲୀରେ ଲକ ଡାଉନ ପରିସ୍ଥିତି ଆସିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking