39.1 C
Bhubaneswar
Friday, April 26, 2024
Homeକରୋନା ଓଡିଶା*କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା--*

*କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା–*

 

*ସମ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥ*

ଭୁବନେଶ୍ୱର : ହାରିବ କରୋନା, ଜିତିବ ମଣିଷ। ଏ  କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ |

ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ

ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହେବା ପରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ  | ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ରବିବାର ଆରୋଗ୍ୟ ଲାଭ କରିବା ସହ ଘରକୁ ଫେରିଛନ୍ତି |

ବୃଦ୍ଧା ଜଣଙ୍କ ସୁସ୍ଥ ହେବା ନେଇ  ସମ କୋଭିଡ ହସ୍ପିଟାଲ କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପୁଅ ବିଶି ସାହୁ |

ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ  କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking