32.1 C
Bhubaneswar
Thursday, May 9, 2024
Homeନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ-୨୦୨୪ଭାରତୀୟ ସ୍ଵାଧୀନତା ସଂଗ୍ରାମର ଶ୍ରେଷ୍ଠ ଜନନାୟକ ଥିଲେ ସୁଭାଷ

ଭାରତୀୟ ସ୍ଵାଧୀନତା ସଂଗ୍ରାମର ଶ୍ରେଷ୍ଠ ଜନନାୟକ ଥିଲେ ସୁଭାଷ

ଭୁବନେଶ୍ୱର : ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଭାରତ ଇତିହାସରେ ଜଣେ ପ୍ରଖର ସ୍ୱାଧୀନତା ସଂଗ୍ରାମୀ ତଥା ବିଚକ୍ଷଣ ଜନନେତା। ନେତାଜୀ ଭାରତର ଏମିତି ଜଣେ ବୀରପୁତ୍ର ଥିଲେ ଯିଏ ଦେଶକୁ ସ୍ୱାଧୀନ କରିବାକୁ ବ୍ରିଟିଶମାନଙ୍କ ସହ ମୁହାଁମୁହିଁ ଲଢ଼ିବାକୁ ସ୍ଥିର କରିଥିଲେ। ଏଥିପାଇଁ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଶେଷରେ ‘ଆଜାଦ୍ ହିନ୍ଦ୍ ଫୌଜ୍’ ଗଠନ କରି ବ୍ରିଟଶମାନଙ୍କ ବିରୋଧରେ ଲଢ଼ିବାକୁ ସ୍ୱର ଉଠାଇଥଲେ। ୧୮୯୭ ମସିହା ଜାନୁଆରି ୨୩ ଅର୍ଥାତ ଆଜିର ଦିନରେ ଏହି ମହାନ ଜନନାୟକ ଜନ୍ମ ହୋଇଥିଲେ। ଭାରତର ସ୍ୱାଧୀନତା ପାଇଁ ୧୯୪୧ରେ ଆଜାଦ ‘ହିନ୍ଦ୍ ଫୌଜ’ ପ୍ରତିଷ୍ଠା କରିଥିବା ନେତାଜୀ ସୁଭାଷଙ୍କ ସବୁଠାରୁ ଲୋକପ୍ରିୟ ସ୍ଲୋଗାନ ହେଉଛି – ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।’ ନେତାଜୀଙ୍କ ଦଳ ଆଜାଜ୍ ହିନ୍ଦ ଫୌଜ୍ ପ୍ରଥମେ ଆଣ୍ତାମାନ ଓ ନିକୋବରକୁ ମୁକ୍ତ କରିଥିଲେ । ଜୁଲାଇ ୧୯୪୦ରେ, ଦେଶଦ୍ରୋହ ଅଭିଯୋଗରେ ବ୍ରିଟିଶ ସରକାର ଏବଂ ତତ୍କାଳୀନ ସରକାର ନେତାଜୀଙ୍କୁ ଗିରଫ କରିଥିଲେ । ଜେଲରେ ଅନସନ ଆରମ୍ଭ କରିଥିଲେ ବୋଷ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧିରେଧିରେ ବିଗିଡିବାରେ ଲାଗିବାରୁ ଭୟବିତ ହୋଇ ପଡିଥିଲେ ବ୍ରିଟିଶ ସରକାର । ଯାହା ପରେ ତାଙ୍କୁ ଡିସେମ୍ବରରେ ଆମ୍ବୁଲାନ୍ସରେ ଘରକୁ ପଠାଇବାର ନିଷ୍ପତ୍ତି ନେଇଥିଲା ଇଂରେଜ ସରକାର । ବେଙ୍ଗାଲୁରୁ ଜେଲରୁ ମୁକୁଳିବା ପରେ ମଧ୍ୟ ବୋଷଙ୍କ ଘରେ ଗୁପ୍ତଚର ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking