28.1 C
Bhubaneswar
Saturday, June 1, 2024
Homeଦେଶ ବିଦେଶଲୋହିତ ସାଗରରେ ଜାହାଜ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଘଟଣା; ୧୩ ରାଷ୍ଟ୍ରଙ୍କ ମିଳିତ ସାମରିକ...

ଲୋହିତ ସାଗରରେ ଜାହାଜ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଘଟଣା; ୧୩ ରାଷ୍ଟ୍ରଙ୍କ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ

କୋପେନ୍‌ହେଗେନ: ଲୋହିତ ସାଗରରେ ଏଣିକି ଜାହାଜ ଉପରେ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ଆକ୍ରମଣ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଗଲେ ଏହି ୧୩ ରାଷ୍ଟ୍ର ଚୁପ୍ ବସିବେ ନାହିଁ । ବରଂ ସାମୂହିକ ଆକ୍ରମଣ ବା ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ।” ଗୁରୁବାର ଆମେରିକା ସମେତ ପ୍ରାୟ ୧୩ଟି ରାଷ୍ଟ୍ର ଇରାନ୍ ସମର୍ଥିତ ହୁତି ବିଦ୍ରୋହୀଙ୍କୁ ଏପ୍ରକାର ବଡ଼ ଚେତାବନୀ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ଆମେରିକା ଏବଂ ବାକି ୧୨ ସହଯୋଗୀ ରାଷ୍ଟ୍ର ଏବେ ଏସମ୍ପର୍କରେ ଆଲୋଚନା କରିବା ପରେ ହୁତି ବିଦ୍ରୋହୀଙ୍କ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ସହମତ ହୋଇଛନ୍ତି । ଏଥିସହ ହୁତି ବିଦ୍ରୋହୀଙ୍କ ଏପ୍ରକାର ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରିବା ସହ ଏକ ମିଳିତ ବିବୃତି ଜାରି କରିଛନ୍ତି । ବିବୃତିରେ ସ୍ୱାକ୍ଷର କରିଥିବା ସହଯୋଗୀ ରାଷ୍ଟ୍ରଗୁଡ଼ିକ ହେଲେ, ଆମେରିକା, ଅଷ୍ଟ୍ରେଲିଆ, ବାହାରିନ୍‌, ବେଲଜିୟମ, କାନାଡା, ଡେନ୍‌ମାର୍କ, ଜର୍ମାନୀ, ଇଟାଲୀ, ଜାପାନ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର ଏବଂ ବ୍ରିଟେନ୍ ଆଦି ରାଷ୍ଟ୍ର । ହୁତି ବିଦ୍ରୋହୀଙ୍କ ଉଦ୍ଦେଶ୍ୟରେ ଜାରି ଏହି ବିବୃତିରେ ଜାହଜଗୁଡ଼ିକ ଉପରେ ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ସହ ସମସ୍ତ ବନ୍ଧକ ଜାହାଜ ଏବଂ କର୍ମଚାରୀଙ୍କୁ ମୁକ୍ତ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।

ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ୍ କରୁଥିବା ୟେମେନ୍‌ର ହୁତି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରମଣ ପାଇଁ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ୟେମେନ୍ ଉପକୂଳରେ ନିଜ ଅଧୀନରେ ଥିବା ଡ୍ରୋନ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରୁଛନ୍ତି । ଏଥିରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିଶେଷଭାବେ ପ୍ରଭାବିତ ହେବାରେ ଲାଗିଛନ୍ତି । ପ୍ରକାଶ ଗତ ଅକ୍ଟୋବର ମାସରେଇସ୍ରାଏଲ ଗାଜା ଉପରେ ପ୍ରତିଶୋଧ ପରାୟଣ ହୋଇ ପାଲଟା ଆକ୍ରମଣ ଜୋରଦାର କରିବା ପରଠାରୁ ହୁତି ବିଦ୍ରୋହୀମାନେ ଏବେ ଲୋହିତ ସାଗର, ପ୍ରଶାନ୍ତ ମହାସାଗର ଆଦିରେ ଯାତାୟତ କରୁଥିବା ବଡ଼ ବଡ଼ ବ୍ୟବସାୟିକ ଜାହାଜ ଗୁଡିକ ଉପରେ ବାରମ୍ବାର ଆକ୍ରମଣ କରିଆସୁଛନ୍ତି । ବିଶେଷକରି ଡିସେମ୍ବର ୧୯ରୁ ଏପର୍ଯ୍ୟନ୍ତ ଅତିକମ୍‌ରେ ୨୩ ଥର ଆକ୍ରମଣ କରାଯାଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking