33.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ ଚୀନ୍ ବି ମାନିଲା; ଭାରତ ଆତ୍ମବିଶ୍ୱାସ ଭରା ଦେଶ,ମୋଦୀଙ୍କ ନେତୃତ୍ୱରେ ଦ୍ରୁତଗତିରେ ଆଗକୁ ବଢ଼ୁଛି

 ଚୀନ୍ ବି ମାନିଲା; ଭାରତ ଆତ୍ମବିଶ୍ୱାସ ଭରା ଦେଶ,ମୋଦୀଙ୍କ ନେତୃତ୍ୱରେ ଦ୍ରୁତଗତିରେ ଆଗକୁ ବଢ଼ୁଛି

ନୂଆଦିଲ୍ଲୀ : ଭାରତର ଜୟଗାଥା’କୁ ବିଶ୍ୱର ପ୍ରାୟ ଅନେକ ଦେଶ ମୁକ୍ତକଣ୍ଠରେ ସ୍ୱୀକାର କରିସାରିଥିଲେ । କେବଳ ବାକି ଥିଲେ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଏବଂ ଚୀନ୍ । ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନ ମଧ୍ୟ ଇଚ୍ଛା ନଥାଇ ସୁଦ୍ଧା ମାନିବାକୁ ବାଧ୍ୟ ହୋଇପଡିଥିଲା । ଆଉ ଏବେ ଚୀନ୍ ମଧ୍ୟ ଏହାକୁ ସ୍ୱୀକାର ନକରିପାରି ରହିପାରିନି ।

ରିପୋର୍ଟ ଅନୁସାରେ ଚୀନ୍ ସରକାରଙ୍କ ମୁଖପତ୍ର ଭାବେ ପରିଚିତ ତଥା ସରକାରୀ ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମ୍ସ ପକ୍ଷରୁ ଏକ ଆଲେଖ୍ୟ ପ୍ରକାଶ ପାଇଛି । ଏଥିରେ ଭାରତର ଜୟଗାଥାକୁ ଚୀନ୍ ସ୍ୱୀକାର କରିଥିବା ଦେଖିବାକୁ ମିଳିଛି । ଖୁଲ୍ଲମଖୁଲ୍ଲା ଭାବେ ଗ୍ଲୋବାଲ ଟାଇମ୍ସ ଦର୍ଶାଇଛି ଯେ, ଭାରତ ଏବେ ଅତ୍ୟନ୍ତ ଶକ୍ତିଶାଳୀ ଦେଶରେ ପରିଣତ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବିକାଶ ଦ୍ରୁତଗତିରେ ଆଗକୁ ବଢ଼ୁଛି । ଆର୍ଥିକ କ୍ଷେତ୍ର ହେଉ କିମ୍ବା ସାମରିକ କ୍ଷେତ୍ର, କୂଟନୈତିକ କ୍ଷେତ୍ର ହେଉ କିମ୍ବା ବିଜ୍ଞାନ କ୍ଷେତ୍ର, ସବୁକ୍ଷେତ୍ରରେ ଭାରତ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛି । ଭାରତର ଏହି ଦ୍ରୁତ ପ୍ରଗତିକୁ ରୋକିବା କାହା ପକ୍ଷେ ମଧ୍ୟ ସମ୍ଭବ ନୁହେଁ । ସବୁକ୍ଷେତ୍ରରେ ଭାରତର ଏପ୍ରକାର ସକାରାତ୍ମକ ପରିବର୍ତ୍ତନ ମୋଦୀଙ୍କ ନେତୃତ୍ୱରେ ସମ୍ଭବ ହୋଇପାରୁଛି ।

ଗ୍ଲୋବାଲ ଟାଇମ୍ସ ୨ ଜାନୁଆରୀରେ ଫୁଡାନ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସାଉଥ୍ ଏସିଆନ୍ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଝାଙ୍ଗ୍ ଜିୟାଡୋଙ୍ଗ୍‌ଙ୍କ ଏକ ଆର୍ଟିକିଲ୍ ପ୍ରକଶିତ ହୋଇଥିଲା । ଏଥିରେ ସେ ଲେଖିଛନ୍ତି ଯେ, ଭାରତ ଏବେ ରଣନୀତି ପୂର୍ବକ ଅତ୍ୟନ୍ତ ଆତ୍ମବିଶ୍ୱାସରେ ଭରପୁର ଦେଶ ପାଲଟିଛି । ଭାରତ ସରକାର ନିଜର ଭାରତ ନ୍ୟାରେଟିଭ୍ ନୀତିକୁ ମଧ୍ୟ ଅତ୍ୟନ୍ତ ପ୍ରଭାବୀ ଢ଼ଙ୍ଗରେ ଆଗକୁ ବଢ଼ାଉଛନ୍ତି । ଗ୍ଲୋବାଲ ଟାଇମ୍ସ ଅନୁସାରେ ଭାରତ ଏବେ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ତଥା ଗୁରୁତ୍ୱପୂର୍ଣ୍ଣ ଦେଶ ପାଲଟିଯାଇଛି । ଗ୍ଲୋବାଲ ଟ୍ରେଡ୍‌, ସଂସ୍କୃତି, ଅର୍ଥନୀତି, ରାଜନୀତି ସହ ପ୍ରାୟ ସବୁ ମାମଲାରେ ଦ୍ରୁତଗତିରେ ଆଗକୁ ପାଦ ବଢ଼ାଉଛି ଭାରତ । ଗତ ୧ଠ ବର୍ଷ ମଧ୍ୟରେ ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଭାରତ ସରକାର ସବୁକ୍ଷେତ୍ରରେ ସକାରାତ୍ମକ ଦୃଷ୍ଟିକୋଣକୁ ଆପଣାଇଥିବାରୁ ଏସବୁ ସମ୍ଭବ ହୋଇପାରିଛି । ପରିଣାମ ସ୍ୱରୂପ ଭାରତକୁ ଏବେ ସମଗ୍ର ବିଶ୍ୱ ଅନୁସରଣ କରିବାକୁ ବାଧ୍ୟ ହୋଇପଡିଛି । ବିଶ୍ୱର ଏକାଧିକ ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣର ଆବଶ୍ୟକତା ରହୁଥିବା ଅନୁଭୂତ ହେଉଛି ।

ଭାରତରେ ଆର୍ଥିକ ବିକାଶ ସହ ସାମାଜିକ ଶାସନ କ୍ଷେତ୍ରରେ ମଧ୍ୟ ବେଶ୍ ପ୍ରଭାବୀ ପରିଣାମ ଦେଖିବାକୁ ମିଳିଛି । ଭାରତର ଷ୍ଟ୍ରାଟେଜୀ ସ୍ୱପ୍ନ ଠାରୁ ଊର୍ଦ୍ଧ୍ୱରେ ବାସ୍ତବିକତା ଅଭିମୁଖେ ଗତି କରୁଛି । ଆଗାମୀ ଦିନରେ ଏହାର ଆହୁରି ଭଲ ପରିଣାମ ଭାରତକୁ ମିଳିବ ଯାହାକୁ ଭାରତକୁ ବିଶ୍ୱ ଦରବାରରେ ଆହୁରି ଅଧିକ ଶକ୍ତିଶାଳୀ କରିବ ବୋଲି ଗ୍ଲୋବାଲ ଟାଇମ୍ସ ଲେଖିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ମଧ୍ୟ ସ୍ୱୀକାର କରିସାରିଥିଲେ ଯେ, ଭାରତକୁ କୌଣସି ପ୍ରସଙ୍ଗରେ ଧମକାଇ ହେବ ନାହିଁ କିମ୍ବା ଡରାଇ ହେବନାହିଁ । ଏହା ଆଉ ପୂର୍ବର ଭାରତ ହୋଇ ରହିନାହିଁ । ଭାରତକୁ ଧମକାଇବାକୁ ହେଲେ ସର୍ବପ୍ରଥମେ ମୋଦୀଙ୍କୁ ଡରାଇବାକୁ ହେବ । କିନ୍ତୁ ମୋଦୀଙ୍କୁ ଡରାଇବା କାହା ପକ୍ଷେ ମଧ୍ୟ ସମ୍ଭବ ନୁହେଁ । ସେହିପରି ବେଶ୍ କିଛି ଦିନ ଧରି ପାକିସ୍ତାନର ପୂର୍ବତନ ନେତା ଇମ୍ରାନ୍ ଖାନ୍‌, ନୱାଜ ସରିଫ୍‌ଙ୍କ ଭଳି ନେତା ମଧ୍ୟ ଭାରତର ଅଭିବୃଦ୍ଧି ତଥା କୂଟନୀତିକୁ ସର୍ବସାଧାରଣରେ ପ୍ରଶଂସା କରିସାରିଛନ୍ତି । ଏବେ ଚୀନ୍ ମଧ୍ୟ ଏହି ଧାରାରେ ସାମିଲ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking