29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଦେଶର ଅଦ୍ଭୁତ ବିଦ୍ୟାଳୟ ଯେଉଁଠି ୨୩ ପ୍ରକାର ଭାଷା ଶିଖୁଛନ୍ତି ପିଲା

ଦେଶର ଅଦ୍ଭୁତ ବିଦ୍ୟାଳୟ ଯେଉଁଠି ୨୩ ପ୍ରକାର ଭାଷା ଶିଖୁଛନ୍ତି ପିଲା

ନୂଆଦିଲ୍ଲୀ : ଆପଣମାନେ ତ ଜାଣିଥିବେ ସ୍କୁଲମାନଙ୍କରେ ସାଧାରଣତଃ ୩ରୁ ୪ ପ୍ରକାର ଭାଷା ଶିଖାଯାଇଥାଏ । କିନ୍ତୁ ଏପରି ଏକ ସ୍କୁଲ ଅଛି ଯେଉଁଠି ପିଲାମାନେ ୨୩ ପ୍ରକାରର ଭାଷା ଶିଖୁଛନ୍ତି । ଏହା ଶୁଣିଲେ ହୁଏତ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଘଟଣା ରାଜସ୍ଥାନର ଜୟପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଜୟପୁରର ଏକ ସ୍କୁଲରେ ଛାତ୍ରମାନେ ଗୋଟେ କି ଦୁଇଟି ନୁହଁ ୨୩ପ୍ରକାରର ଭାଷା ଶିଖୁଛନ୍ତିି ।

ଜୟପୁରର ଏକ ବସ୍ତିସ୍ଥିତ ଶ୍ରୀବଳରାମପୁର ଉଚ୍ଚ ମାଧ୍ୟମିକ ଆଦର୍ଶ ବିଦ୍ୟା ମନ୍ଦିରରେ ଚଳିତ ବର୍ଷ ୧୨ ଜାନୁଆରୀରେ ବିବେକାନନ୍ଦ ଜୟନ୍ତୀ ଉତ୍ସବରେ ଭାଷାଶ୍ରେଣୀର ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଏହି ସ୍କୁଲର ଛାତ୍ରମାନେ କେବଳ ହିନ୍ଦୀ ବା ଇଂରାଜୀରେ ନୁହଁ ୨୩ଟି ଅଲଗା ଭାଷା ଶିଖି ପାରିବେ । ଏହି ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କୁ ୨୩ଟି ଭାଷାରେ ସ୍ଥାନୀୟ ଭାଷାକୁ ଅନୁବାଦ କରାଯାଇ ପଢାଯିବ । କୁହା ଯାଉଛି ଦେଶର ଏହା ପ୍ରଥମ ସ୍କୁଲ ଯେଉଁଠାରେ ଏକା ସହିତ ୨୩ଟି ଭାଷାର ଜ୍ଞାନ ପାଇ ପାରିବେ ବିଦ୍ୟାର୍ଥୀ । ଏଥିପାଇଁ ସ୍କୁଲରେ ଭାଷାଶ୍ରେଣୀର ଆରମ୍ଭ କରାଯାଇଛି । ଏହା ଦ୍ୱାରା ପିଲାମାନେ ଆମ ସଂସ୍କୃତି ବିଷୟରେ ମଧ୍ୟ ଜାଣି ପାରିବେ ।

ଏହି ସ୍କୁଲରେ ହିନ୍ଦୀ, ଆସାମୀ, ବଙ୍ଗଳା, ବୋଡୋ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ଗୁଜରାଟୀ, କନ୍ନଡ଼, କାଶ୍ମୀରୀ, କୋଙ୍କଣୀ, ମୈଥିଲୀ, ମାଲାୟାଲୀ,ମଣିପୁରୀ, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ସାନ୍ତାଳୀ, ସିନ୍ଧି ଏବଂ ଡୋଗରୀ ଭଳି ଭାଷାରେ ପିଲାମାନଙ୍କୁ ପଢାଯିବ । ଏଥି ସହିତ ପିଲାମାନଙ୍କ ପଢିବା ପାଇଁ ୪୦୦ ବାକ୍ୟ ଥିବା ଏକ ବୁକ୍‌ଲେଟ୍‌ ମଧ୍ୟପ୍ରସ୍ତୁତ କରାଯାଇଛି । ଏହି ବୁକଲେଟ୍ ଦ୍ୱାରା ପିଲାମାନେ ସହଜରେ ଅନ୍ୟ ଭାଷା ଶିଖି ପାରିବେ ବୋଲି ସ୍କୁଲର ଶିକ୍ଷାଅଧିକାରୀ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking