32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗପୋଲ ନିର୍ମାଣ ନେଇ ୪ ଖଣ୍ଡ ଗ୍ରାମବାସୀ ଦ୍ବାରସ୍ଥ ହେଲେ ଜୟପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ପୋଲ ନିର୍ମାଣ ନେଇ ୪ ଖଣ୍ଡ ଗ୍ରାମବାସୀ ଦ୍ବାରସ୍ଥ ହେଲେ ଜୟପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକ ସହରକୁ ଯିବାକୁ ହେଲେ ୪ ଖଣ୍ଡ ଗ୍ରାମବାସୀ ରେଳ ପୋଲ ଉପରେ ଦେଇ ଯିବାକୁ ପଡୁଛି । ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖନ ହେଉଛନ୍ତି । ତେଣୁ ସମାଜ ସେବୀ ପି.ହରି ରାଓ କହିଛନ୍ତି, କେନ୍ଦ୍ର ସରକାର ବା ରାଜ୍ୟ ସରକାର ଡିମ ଡିମା ପିଟୁ ଥିବା ବେଳେ ଆଜିଯାଏଁ ଲୋକଙ୍କ ସୁବିଧା ପାଇଁ ବ୍ରିଜ ଖଣ୍ଡେ ନିର୍ମାଣ ହୋଇପାରିନାହିଁ । ଜେଉନ, ହାଡ଼ିଆ, କଙ୍ଗା, ଯାମୁଣ୍ଡରେ ୧୫ ହଜାରରୁ ୧୬ ହଜାର ଲୋକେ ଏହି ରାସ୍ତା ଦେଇ ଯାତାୟତ କରନ୍ତି । ପାୱାର ଟ୍ରେଲର କିମ୍ବା ଟ୍ରାକ୍ଟର ହଳବଳଦ ଚାଷ କାର୍ଯ୍ୟ ପାଇଁ ନେଲା ବେଳକୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ଷା ଦିନ ଗାଁ ଗୁଡ଼ିକ ଜଳ ମଗ୍ନ ହେଲେ ରେଲପୋଲ ଉପରୁ ଦେଇ ଯିବାକୁ ପଡୁଛି । ତେଣୁ ଯଥା ଶୀଘ୍ର ଧରଣହାଣ୍ଡି ଠାରେ ପୋଲଟିଏ ନିର୍ମାଣ କଲେ ୪ ଖଣ୍ଡ ଗ୍ରାମବାସୀ ଉପକୃତ ହୋଇପାରନ୍ତେ । ପି.ହରି ରାଓ ଏବଂ ଗ୍ରାବାସୀ ମିଳିତ ଭାବେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking