ଓପିଟିସିଏଲ କର୍ତୃପକ୍ଷଙ୍କୁ ଦେଲେ ଦାବି ପତ୍ର

ଜୟପୁର : ଗତ ୨୦ ତାରିରେ କୋରାପୁଟ ଜିଲ୍ଲା ଜୟପୁର ସହରରେ ଘଟିଥିଲା ଏକ ଅଘଟଣ । ଜଣେ ମହିଳା ଶ୍ରମିକ ଶୋଇଳା କ୍ରିସାନି ଗ୍ଲୋକାଲ ମେଡିକାଲ ପାର୍ଶ୍ୱରେ ଟାୱାର ଲାଇନ୍ ତଳେ ଗୋଟିଏ ଘରେ କାମ କରୁଥିବା ସମୟରେ ଟାୱାର ଲାଇନ୍ ତାରରେ ବିଦ୍ୟୁତ ଦ୍ବାରା ଟାଣି ହୋଇ ଜଳିଗଲେ । ଏହି ଅଘଟଣକୁ ନେଇ ଏଆଇସିସି ସଦସ୍ୟ ରବୀନ୍ଦ୍ର ମହାପାତ୍ର ପ୍ରତିବାଦରେ ଆଗେଇ ଆସି ଓପିଟିସିଏଲ କର୍ତ୍ତୂପକ୍ଷଙ୍କୁ ନିୟମକୁ ଅବଲମ୍ବନ କରିବା ନିମନ୍ତେ ଏକ ଦାବିପତ୍ରରେ ଉଲେଖ କରିଥିଲେ । ଏହି ନିୟମମାନ,୨୨୦୦୦୦ ଭଲ୍ଟ ଟାୱାର ଲାଇନ୍ ତଳେ ୩୫ ମିଟର ପରିଧି ମଧ୍ୟରେ କୌଣସି ଘର, କଳ କାରଖାନା ନିର୍ମାଣ ତଥା ଗଛ ଲଗାଇବା ନିଷେଧ । କିନ୍ତୁ ଜୟପୁର ସହରରେ ଅନେକ ସ୍ଥାନରେ ଟାୱାର ଲାଇନ୍ ତଳେ ନିର୍ମାଣ ହୋଇଛି ଓ ନିର୍ମାଣ ଚାଲିଛି ଶହ ଶହ ଘର । ଏହି ବେଆଇନ ନିର୍ମାଣ ପାଇଁ ଅନୁମତି ଦେଇଛି କିଏ? ଯଦି ପ୍ରଶାସନ ଅନୁମତି ଦେଇ ନାହିଁ ତାହା ହେଲେ ଏହି ବେଆଇନ ନିର୍ମାଣ ବିରୋଧରେ ଜୟପୁର ପୌରପାଳିକା,ଟାଉନ୍ ପ୍ଲାନିଂ ବିଭାଗ ଓ ତହସିଲ ବିଭାଗ ଚୁପ୍ ରହିବା ପଛର ରହସ୍ୟ କଣ? କେବଳ ଗ୍ଲୋକାଲ ମେଡିକାଲ ପାର୍ଶ୍ୱରେ ଟାୱାର ଲାଇନ୍ ତଳେ ଥିବା ଘର ମାନଙ୍କରେ ଆଜିକୁ ୮ଟି ଦୁର୍ଘଟଣା ହେଲାଣି। ୪ ଜଣ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଲେଣି। ଏହି ଦୁର୍ଘଟଣା ଓ ମୃତ୍ୟୁ ପାଇଁ ଦାୟୀ କିଏ?
ଆଉ କେତେ ଜଣ ମରିବା ପରେ ପ୍ରଶାସନର ନିଦ ଭାଙ୍ଗିବ। ରିଅଲଷ୍ଟ୍ରିଟ୍ ମାଫିଆଙ୍କ ଠାରୁ ସାମାନ୍ୟ ଟଙ୍କା ପାଇବା ଲାଳସାରେ ପ୍ରଶାସନ ଆଖିରେ ପଟି ବାନ୍ଧି ଅନ୍ଧ ହେବାର ଡ୍ରାମା କରି ସାଧାରଣ ଜନତାଙ୍କ ଜୀବନ ସହ ଯେଉଁ ଖେଳ ଖେଳୁଛନ୍ତି, ଅତି ଶୀଘ୍ର ଏହାର ଉଚିତ୍ ଜବାବ ଦିଆଯିବ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଦିନ ୧୧ଟା ସମୟ ରେ ଓପିଟିସିଏଲ କର୍ତ୍ତୂପକ୍ଷ ଅଫିସ ପହଞ୍ଚି ସାଥିରେ କିଛି ଉବାଜୁବକଙ୍କୁ ନେଇ ଅଫିସର ସାଥିରେ ଯୁକ୍ତିତର୍କ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଫୋନ ଜୋଗେ GM ସାଥିରେ ଆଲୋଚନା କରି ତହସିଲ ,ଉପଜିଲ୍ଲାପାଳ ,ପୌରପାଳିକା,ଟାଉନ ପ୍ଲାନିଂଙ୍କୁ ଦାବି ପତ୍ର ପ୍ରଦାନ କରିବା କଥା କହୀଛନ୍ତି ରବୀନ୍ଦ୍ର ମହାପାତ୍ର । ପାଞ୍ଚ ରୁ ଛ ଦିନ ମଧ୍ୟରେ ଯଦି ଓପିଟିସିଏଲ କିଛି କାର୍ଯ୍ୟାନୁଷ୍ଠାନ ନ ନିଏ ତା ହେଲେ ଏହି ସମସ୍ତ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୁଚନା ଦେଇଛନ୍ତି ରବୀନ୍ଦ୍ର ମହାପାତ୍ର ।

LEAVE A REPLY

Please enter your comment!
Please enter your name here