31.1 C
Bhubaneswar
Tuesday, May 7, 2024
Homeଓଡିଶା୪ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

୪ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଇପିଏସ ସ୍ତରରେ ଅଦଳବଦଳର କରିଛନ୍ତି ରାଜ୍ୟ ସରକାର । ୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ପ୍ରାଣବନ୍ଧୁ ଆଚାର୍ଯ୍ୟ,୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ସିଦ୍ଧାର୍ଥ ନରୱଣେ, ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ଅମିତ ମୋହନ ପ୍ରସାଦ ଓ ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଡିଜି ପାହ୍ୟାକୁ ପ୍ରମୋସନ ପାଇଥିବା ୮୯ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କର କାର୍ଯ୍ୟକାଳ ୨୦୨୪ ମେ ପର୍ଯ୍ୟନ୍ତ ରହିଛି। ୮୯ ବ୍ୟାଚର ବରିଷ୍ଠ ପୋଲିସ ଅଧିକାରୀ ଏସ.ଏମ ନର୍ଭେଣେଙ୍କ କାର୍ଯ୍ୟକାଳ ଜୁନ୍‌ ୨୦୨୫ ପର୍ଯ୍ୟନ୍ତ ରହିଛି।

ସେହିପରି ୮୯ ବ୍ୟାଚର ବରିଷ୍ଠ ପୋଲିସ ଅଧିକାରୀ ଅମ୍ରିତ ମୋହନ ପ୍ରସାଦଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ରହିଛି। ୮୯ ବ୍ୟାଚର ବରିଷ୍ଠ ପୋଲିସ ଅଧିକାରୀ ବି. ରାଧିକାଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ରହିଛି। ପୂର୍ବରୁ ୮୮ ବ୍ୟାଚର ମନୋଜ ଛାବ୍ରା ଡିଜି ପ୍ରିଜନ ଭାବେ କାର୍ଯ୍ୟରତ । ତାଙ୍କ କାର୍ଯ୍ୟକାଳ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ରହିଛି। ସେହିପରିି ୮୮ ବ୍ୟାଚର ଆଇପିଏସ ଅଧିକାରୀ ସନ୍ତୋଷ ଉପାଧ୍ୟାୟ ଏବେ ଅଗ୍ନିଶମ ବିଭାଗ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି, ତାଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ରହିଛି। ସେହିପରି ୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ରାୟ ଏବେ ସ୍ୱତନ୍ତ୍ର ଡିଜି କମ୍ୟୁନିକେସନ ଭାବରେ କାର୍ଯ୍ୟରତ। ତାଙ୍କ କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ରହିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking