31.1 C
Bhubaneswar
Wednesday, May 29, 2024
Homeଅପରାଧପ୍ରେମର ବାଟରେ କଣ୍ଟା ସାଜିବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପ୍ରେମର ବାଟରେ କଣ୍ଟା ସାଜିବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

କେନ୍ଦ୍ରାପଡା: ପୁଣି ସାମ୍ନାକୁ ଆସିଲା ପରକୀୟା ପ୍ରୀତର ଆଉ ଏକ ସାଂଘାତିକ କାହାଣୀ । ପ୍ରେମିକ ପାଇଁ ସାତ ଜନ୍ମର ସାଥି ହୋଇଥିବା ସ୍ୱାମୀକୁ ହତ୍ୟା କରିବାକୁ ପଛାଇଲା ନାହିଁ ସ୍ତ୍ରୀ । ପ୍ରେମର ବାଟରେ କଣ୍ଟା ସାଜିବାରୁ ସ୍ୱାମୀକୁ ଘାସମରା ଔଷଧ ଦେଇ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହାକାଳପଡ଼ା ଥାନା ଅଧିନ ଗୌଡ଼ବାଡ଼ପୁର ଗାଁର ଦୀପକ ସେଠୀଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ ହିମାଂଶୁ ସେଠୀ। ଆଜକୁ ୧୨ ବର୍ଷ ତଳେ ଜଗତସିଂହପୁର ଜିଲ୍ଲା ବିଜିପୁର ଗାଁର ରଶ୍ମିତା ସେଠୀଙ୍କୁ ବିବାହ କରିଥିଲେ ଦୀପକ । ବିବାହର କିଛି ବର୍ଷ ସବୁ ଠିକଠାକ୍ ଚାଲିଥିବା ବେଳେ ଗତ କିଛି ବର୍ଷ ହେବ ଏହି ଗାଁର ବାବାଜୀ ସେଠୀଙ୍କ ସହ ରଶ୍ମିତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରିତିଦିନ ବଚସା ଲାଗି ରହୁଥିଲା । ସବୁଦିନ ସନ୍ଧ୍ୟାରେ ମଦପିଇବା ପରେ ସ୍ତ୍ରୀ ସହ ଝଗଡ଼ା କରୁଥିଲା ଦୀପକ ।

ତେବେ ପ୍ରେମର ବାଟରେ ଦୀପକ କଣ୍ଟା ସାଜିଥିବା ଅନୁଭବ କରି ବାବାଜୀ ଓ ରଶ୍ମିତା ଦୀପକଙ୍କୁ ଜୀବନରୁ ମାରିଦେବା ଯୋଜନା କରିଥିଲେ । ଯୋଜନା ମୁତାବକ ସ୍ତ୍ରୀ ରଶ୍ମିତା ଗତମାସ ୧୧ ତାରିଖରେ ସ୍ୱାମୀର ମଦ ଗ୍ଲସରେ କୌଶଳ କ୍ରମେ ଘାସମରା ଔଷଧ ମିଶାଇ ଦେଇଥିଲା । ଦୀପକ ଏହି ମଦ ପିଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ଦୀପକଙ୍କ ଭାଇ ହିମାଂଶୁ । ସେପଟେ ଦୀପକଙ୍କୁ ହତ୍ୟା କରାଯାଇଥିବା ମହାକାଳପଡ଼ା ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ହିମାଂଶୁ । ତେବେ ଗୁରୁତର ଅବସ୍ଥାରେ ଦୀପକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତକଙ୍କ ଭାଇ ହିମାଂଶୁ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଯାହା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ପରକୀୟା ପ୍ରୀତିରୁ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ ହେବା ପରେ ସ୍ୱାମୀର ଜୁଇ ଜଳୁଥିବା ବେଳେ ପ୍ରେମିକ ସହ ଫେରାର ହେଇଯାଉଥିଲା ସ୍ତ୍ରୀ । ଏହାପରେ ଉଭୟଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା । ଶେଷରେ ଉଭୟଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking