30.1 C
Bhubaneswar
Thursday, May 9, 2024
Homeଓଡିଶା୮ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର

୮ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଓଡ଼ିଶା କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ରାଜ୍ୟରେ ଖୋଲିବ ଜଳ ସୂଚନା ବିଜ୍ଞାନ କେନ୍ଦ୍ର । ଏହା ଦ୍ୱାରା ପୂର୍ବାନୁମାନ ବ୍ୟବସ୍ଥା ସହଜ ଓ ସଠିକ୍ ହୋଇପାରିବ । ପାଣିପାଗ ଓ ଜଳସମ୍ପଦ ସୂଚନା ଗୋଟିଏ ଜାଗାରେ ମିଳିବ । ସବୁ ପଞ୍ଚାୟତରେ ବୃଷ୍ଟିପାତର ସୂଚନା ଏକାଠି କରିହେବ । ଜଳର ମାନ ପରୀକ୍ଷା ରିପୋର୍ଟ ମଧ୍ୟ ଏକାଠି କରାଯାଇପାରିବ । ରାଜ୍ୟରେ ନିୟମିତ ହେବେ ୫୦୪ ଅଙ୍ଗନବାଡ଼ି ସୁପରଭାଇଜର । ଏହା ବ୍ୟତିତ, ୬ଟି ପାରାମେଡିକାଲ କ୍ୟାଡର ରୁଲ୍ ରେ ସଂଶୋଧନ କରିବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ନର୍ସିଂ ଅଧିକାରୀ ଓ ଲାବ୍ ଟେକ୍ନିସିଆନ୍ ପାଇବେ ପଦୋନ୍ନତି । ରାଜ୍ୟ ସରକାର ୫-ଟି ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି । ତେଣୁ ଆହୁରି ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁଣାତ୍ମକ ସେବା ମିଳିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ସରକାର ରାଜ୍ୟ ଜଳ ଓ ସୂଚନା ବିଜ୍ଞାନ କେନ୍ଦ୍ର ଗଠନ ପାଇଁ ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking