39.1 C
Bhubaneswar
Friday, April 26, 2024
Homeଓଡିଶାମରାମତି ହେବ ବାଇଶି ପାହାଚ

ମରାମତି ହେବ ବାଇଶି ପାହାଚ

ପୁରୀ: ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ । ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସଆଇର ୪ ଜଣିଆ ଟିମ୍ । ଶ୍ରୀମନ୍ଦିରର ପ୍ରତିଟି ପାହାଚର ମାପଚୁପ କରିଛନ୍ତି । ଏହା ସହ ପଥରଗୁଡିକର ଯାଞ୍ଚ ହେବ ଓ ଖରାପ ଥିବା ପଥରକୁ ବଦଳାଯିବ । ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ମଧ୍ୟ ଯାଞ୍ଚ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ମରାମତି କାର୍ଯ୍ୟ କରାଯିବ । ପ୍ରତ୍ନତତ୍ତ୍ୱ ବିଭାଗ ଟିମ ବାଇଶି ପାହାଚର ଅନୁଧ୍ୟାନ କରିଛନ୍ତି । ପାହାଚ ଗୁଡିକର ମାପଚୁପ ସହ ଦୁର୍ବଳ ପଥରକୁ ଚିହ୍ନଟ କରାଯାଇଛି । ଆବଶକ୍ୟ ପଡିଲେ ଦୁର୍ବଳ ପଥରର ମଧ୍ୟ ପରିବର୍ତ୍ତନ କରାଯିବ । ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି ହୋଇଥିଲା । ଏଏସଆଇ ଟିମ ମହାଲକ୍ଷ୍‌ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking