39.1 C
Bhubaneswar
Friday, April 26, 2024
Homeମନୋରଞ୍ଜନଖୁବ୍‌ ଶୀଘ୍ର ଫିଲ୍ମରେ ଡେବ୍ୟୁ କରିବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର

ଖୁବ୍‌ ଶୀଘ୍ର ଫିଲ୍ମରେ ଡେବ୍ୟୁ କରିବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଦେବୀଙ୍କ ସାନଝିଅ ଖୁସି କପୁର । କେବଳ ଖୁସି ନୁହନ୍ତି ଆଉ ଜଣେ କପୁର କନ୍ୟା ମଧ୍ୟ ଫିଲ୍ମ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ବଲିଉଡ ଫିଲ୍ମ ଦୁନିଆରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର । ପୂର୍ବରୁ ବଡ଼ ଝିଅ ଜାହ୍ମବୀ କପୁର ବଲିଉଡ ଏଣ୍ଟ୍ରି କରି ଅନେକ ଫିଲ୍ମରେ ସଫଳ ହୋଇସାରିଛନ୍ତି । ଏବେ ଷ୍ଟାର ପରିବାରର ଅନ୍ୟତମ ସଦସ୍ୟ ପାଦ ରଖିବେ ବଲିଉଡରେ । ଏ ନେଇ ସୂଚନା ଦେଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ।

ଅର୍ଜୁନ କପୁର ହେଉଛନ୍ତି ଖୁସି କପୁରଙ୍କ ଭାଇ । ଖୁସି କପୁର, ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ଜୋୟା ଅଖତରଙ୍କ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମଟିର ନାଁ ରହିଛି ‘ଦ ଆର୍ଚିଜ’ । କିଛି ଦିନ ପୂର୍ବରୁ ଜୋୟା ଅଖତର ସମସ୍ତ ନୂଆ କଳାକାରଙ୍କୁ ପ୍ରଶଂସକମାନଙ୍କ ସହ ପରିଚିତ କରାଇଥିଲେ । ଖୁସି କପୁରଙ୍କୁ ବଲିଉଡ ଏଣ୍ଟ୍ରି ପୂର୍ବରୁ ପରାମର୍ଶ ଦେଇଛନ୍ତି ଭାଇ ଅର୍ଜୁନ କପୁର । ଭଉଣୀ ଖୁସି ଏବଂ ସମ୍ପର୍କୀୟ ଭଉଣୀ ସନାୟା କପୁରଙ୍କୁ ଅଭିନୟ ଜଗତର ଅନୁଭୂତି ଏବଂ ଅଭିଜ୍ଞତାକୁ ନେଇ ପରାମର୍ଶ ଦେଇଛନ୍ତି ଅର୍ଜୁନ । ସେ କହିଛନ୍ତି, ‘ସମସ୍ତଙ୍କ କଥା ଶୁଣିବ, କିନ୍ତୁ ନିଜ ଜିସାବରେ କାମ କରିବ’ ।

ହି ପରାମର୍ଶ ଅର୍ଜୁନ କପୁର ପୂର୍ବରୁ ଖୁସିଙ୍କ ବଡ଼ ଉଭଣୀ ଜାହ୍ନବୀ କପୁରଙ୍କୁ ମଧ୍ୟ ଦେଇଛନ୍ତି । ଖୁସିଙ୍କ ସହ ବଲିଉଡ ଏଣ୍ଟ୍ରି କରିବେ ଅଭିନେତା ତଥା ଅର୍ଜୁନ କପୁରଙ୍କ ସାନ ଦାଦା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର । ସନାୟା ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସନାୟା କରଣ ଜୋହାରଙ୍କ ଫିଲ୍ମ ‘ବେଧଡକ’ରେ ନଜର ଆସିବେ । ଏହି ଫିଲ୍ମରେ ସନାୟାଙ୍କ ସହ ଅଭିନେତା ଗୁରଫତେହ ପୀରଜାଦା ଏବଂ ଲକ୍ଷ୍ୟ ଲାଲବାନୀ ଅଭିନୟ କରିବେ । ଏହା ପୂର୍ବରୁ ସନାୟା ବଲିଉଡ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗାର୍ଲ’ରେ ସହ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି । ଏଥର ଅଭିନୟ କରିବେ ସନାୟା । ଏବେ ଦୁଇ ଦୁଇ ଜଣ କପୁର ପରିବାର କନ୍ୟା ବଲିଉଡରେ ନିଜ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking