33.1 C
Bhubaneswar
Monday, May 6, 2024
Homeଖେଳଦିନିକିଆ ସିରିଜ୍ ଜିତିଲା ଶ୍ରୀଲଙ୍କା

ଦିନିକିଆ ସିରିଜ୍ ଜିତିଲା ଶ୍ରୀଲଙ୍କା

କଲମ୍ବୋ: ଚଳିତ ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌କୁ ଘରୋଇ ଶ୍ରୀଲଙ୍କା ୨-୧ରେ ଜିତିନେଇଛି । ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ପରେ ସ୍ଥିତି ୧-୧ରେ ବରାବର ରହିଥିବା ବେଳେ ମଙ୍ଗଳବାର ଖେଳାଯାଇଥିବା ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଶ୍ରୀଲଙ୍କା ୭୮ରେ ବିଜୟୀ ହୋଇ ସିରିଜ୍ ହାତେଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଚରିତ୍ ଅସଲଙ୍କାଙ୍କ ୪୭, ଧନଞ୍ଜୟ ଡି’ସିଲ୍‌ଭାଙ୍କ ୩୧ ଏବଂ ଦୁଷ୍ମନ୍ତ ଚାମିରାଙ୍କ ୨୯ ରନ୍ ସହାୟତାରେ ୯ ୱିକେଟ୍ ହରାଇ ୨୦୩ ରନ୍ କରିଥିଲା ।

ସାଉଥ୍ ଆଫ୍ରିକା ପକ୍ଷରୁ ଅଧିନାୟକ କେଶବ ମହାରାଜ ୩ଟି ଏବଂ ଜର୍ଜ ଲିଣ୍ଡେ ଓ ତବରେଜ୍ ଶମ୍‌ସୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ସାଉଥ୍ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ଶିକାର ହେବା ଫଳରେ ୩୦ ଓଭର୍‌ରେ ମାତ୍ର ୧୨୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ହେନରିକ୍ କ୍ଲାସେନ୍ ୨୨ ଏବଂ ଓପନର ଜାନେମନ୍ ମାଲାନ୍ ଓ ଲିଣ୍ଡେ ୧୮ ରନ୍ ଲେଖାଏଁ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ମାହୀଶ୍ ଥିକ୍ଷାନା ୪ଟି ଏବଂ ଚାମିରା ଓ ୱାନିନ୍ଦୁ ହସରଙ୍ଗା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଚାମିରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଅସଲଙ୍କା ପ୍ଲେୟର୍ ଅଫ୍ ଦି ସିରିଜ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking