36.1 C
Bhubaneswar
Sunday, May 19, 2024
Homeଓଡିଶାବରଗଡ଼ରେ ଆରମ୍ଭ ହେଲା କି ତୃତୀୟ ଲହର !

ବରଗଡ଼ରେ ଆରମ୍ଭ ହେଲା କି ତୃତୀୟ ଲହର !

୨୨ ଜଣ ଛାତ୍ର କୋଭିଡ୍ ଆକ୍ରାନ୍ତ
ବରଗଡ : ବରଗଡ ଜିଲ୍ଲାରେ ଧୀରେ ଧୀରେ କୋଭିଡ୍‌ର ମାତ୍ରା କମି କମି ଆସିବାରେ ଲାଗିଛି । ପ୍ରତ୍ୟେକ ଦିନ ୪/୫ ଜଣ ବର୍ତ୍ତମାନ ଆକ୍ରାନ୍ତ ବାହାରୁଥିବା ବେଳେ ହଠାତ୍ ସ୍କୁଲ୍ ଛାତ୍ରମାନଙ୍କ ପାଖରେ ଏହି ସଂକ୍ରମଣ ଦେଖାଦେବା ବିଷୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି । ଗତ ଦୁଇଟି କରୋନା ୱେଭରେ ଜିଲ୍ଲାରେ ୩୦୯୮୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୩୦୫୯୦ ଜଣ ସୁସ୍ଥ ହୋଇ ଘରେ ଅଛନ୍ତି । ଗତ ୨ ତାରିଖରୁ ୩ ଜଣ ଛାତ୍ର ଆକ୍ରାନ୍ତ ହେବାର ଆରମ୍ଭ ହୋଇ ଆଜି ତାହା ୨୨ରେ ପହଞ୍ଚିଛି । ତନ୍ମଧ୍ୟରୁ କେବଳ ଏକ ଘରୋଇ ସ୍କୁଲ୍ ର ୧୯ ଜଣ ଛାତ୍ର ଆକ୍ରାନ୍ତ ହୋଇଥିବାର ଓ ତନ୍ମଧ୍ୟରୁ କେବଳ ୪ ଜଣ ବରଗଡ ଜିଲ୍ଲାର ବାସିନ୍ଦା ଅଟନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅରୁଣ କୁମାର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଉକ୍ତ ସ୍କୁଲର ହଷ୍ଟେଲରୁ ଉକ୍ତ ଆକ୍ରାନ୍ତ ଛାତ୍ରମାନଙ୍କୁ ଘରକୁ ଯାଇ ଚିକିତ୍ସିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ।

ଏହା ତୃତୀୟ ଲହରର ଆରମ୍ଭ କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଏବେଠୁ ସେମିତି କୁହାଯାଇ ପାରିବ ନାହିଁ, କିନ୍ତୁ ଆମକୁ ଏହା ଉପରେ ସଜାଗ ରହିବାକୁ ପଡିବ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିଶ୍ଚିତ ଭାବରେ ସେଥିପାଇଁ ପ୍ରସ୍ତୁତ ରହିଛି ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ବଡ଼ମାନଙ୍କ ଠାରେ ସଂକ୍ରମଣକୁ ରୋକିବାକୁ ବହୁତ୍ ଜୋର୍‌ସୋରରେ ଭ୍ୟାକ୍ସିନ ଦେବା କାର୍ଯ୍ୟ ଚାଲିଛି। ଜିଲ୍ଲାରେ ସର୍ବମୋଟ ୧୧ ଲକ୍ଷ ୧୫ ହଜାର ୨୩୧ ଜଣଙ୍କୁ ଭ୍ୟାକ୍ସିନ ଦେବାର ଲକ୍ଷ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୫ଲକ୍ଷ ୯୨ ହଜାର୮୧୯ ଜଣଙ୍କୁ ଭେକ୍ସିନ ଦିଆଯାଇ ସାରିଲାଣି । ଏଥିରେ ୧୮-୪୪ ବୟସ ବର୍ଗରେ ପ୍ରଥମ ଡୋଜ୍ ୨,୩୦,୮୭୮ ଜଣ ନେଇଥିବା ବେଳେ,୨୩,୧୩୦ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି ।

ସେହିପରି ୪୫ରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ୨,୨୫,୮୪୦ ଜଣ ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ, ୧,୧୨,୯୭୧ ଜଣ ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ବାଳକ ମାନଙ୍କ ଭେକ୍ସିନ ସରକାର ଆରମ୍ଭ କରି ନ ଥିବାରୁ ସେମାନଙ୍କୁ କିଭଳି ସଂକ୍ରମଣ ନ ହେବ ସେ ବିଷୟ ରେ ଆମେ ସଚେତନତା ସୃଷ୍ଟି କରିବା ସହ ଘରର ବରିଷ୍ଟ ମାନଙ୍କ ଭେକ୍ସୀନ ଦେବା କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛୁ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking