28.1 C
Bhubaneswar
Wednesday, April 24, 2024
Homeଓଡିଶାହୃଦୟ ବିଦାରକ ଦୃଶ୍ୟ : ନା’ଅଛି ଘର ନା’ଚୁଲି, ପରିଣତ ବୟସରେ ପରିବାର ଚିନ୍ତା

ହୃଦୟ ବିଦାରକ ଦୃଶ୍ୟ : ନା’ଅଛି ଘର ନା’ଚୁଲି, ପରିଣତ ବୟସରେ ପରିବାର ଚିନ୍ତା

ନବରଙ୍ଗପୁର : ଦେଶ ସ୍ୱାଧୀନତା ପାଇବାର ୭୫ବର୍ଷ ଅତିକ୍ରମ କରିଲାଣି । ତଥାପି ଏ ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଞ୍ଚିତ ବରିଷ୍ଠ ନାଗରିକ । ପ୍ରଶାସନିକ ଅବହେଳା ହେଉ କି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଏହାରି ଭିତରେ ନିଷ୍ପେସିତ ହେଉଛନ୍ତି ସାଧାରଣ ଜନତା। ନା ଦେହକୁ ଖଣ୍ଡେ କନା ନା ପେଟକୁ ମୁଠାଏ ଦାନା ନା ରହିବା ପାଇଁ ଖଣ୍ଡେ ଘର ମିଳୁଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ଖଣ୍ଡା ପଞ୍ଚାୟତର ଦେଓପୁର ଗ୍ରାମରେ । ଉକ୍ତ ଗ୍ରାମର ଦୋସା ଜାନି ବୟସ ପାଖାପାଖି ୮୦ ବର୍ଷ । ବାଡ଼ିଧରି ନଇଁ ନଇଁ ଚାଲୁଛି ଦୋସା । ଚାଲିବାକୁ ଜୁ ନାହିଁ ।

କଣ୍ଠସ୍ୱର କ୍ଷୀଣ ହୋଇଗଲାଣି । ତଥାପି ମନରେ ଦମ୍ଭ ପରିବାର ପ୍ରତି । ଜଙ୍ଗଲରୁ କାଠ ସଂଗ୍ରହ କରି ବିକ୍ରି କରି ୪ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରୁଛି । ଘରେ ୨ ନାତୁଣୀ ଓ ବୃଦ୍ଧା ସ୍ତ୍ରୀ । ଦିନେ ଖାଇଲେ ଆଉଦିନେ ଉପାସ । ଏକ ମର୍ଡର କେସରେ ପୁଅ ଓ ନାତି ଜେଲରେ ସଜା କାଟୁଛନ୍ତି । ଭତ୍ତା ଖଣ୍ଡିକରେ ପେଟ ପୁରୁନି । ଆଉ ପିନ୍ଧିବା ପାଇଁ କପଡା କେଉଁଠୁ ବା ମିଳିବ ।

ଦେହକୁ ୪ ହାତ କପଡା ବି ମିଳୁନି । ସେହି ବାଟ ଦେଇ ବିଜେଡିରୁ ନିଲମ୍ବିତ ହୋଇଥିବା ସଂଖ୍ୟାଲଘୁ ନେତା କାଜମ ମଦାନୀ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବା ପାଇଁ ଯାଉଥିଲେ । ହଠାତ ଅଟକି ଯାଇ କିଛି ଆର୍ôଥକ ସାହାଯ୍ୟ ଦେବା ସହ ଶୁକ୍ରବାର ତାଙ୍କ ଏନଜିଓ ତରଫରୁ ମାସିକିଆ ରାସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି । ବୁଢାର ନାତୁଣୀଙ୍କୁ ବିଦ୍ୟାଳୟରେ ପଢାଇବାର ଭରଷା ଦେଇଥିବା ମଧ୍ୟ ପ୍ରକାଶ କରିଛନ୍ତି । ଶ୍ରୀ ମଦାନୀଙ୍କ ସହ ଆଇନଜୀବୀ ସୁଧାଂଶୁ ସାଧୁ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking