39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜଳୁଛି ଶ୍ରୀଲଙ୍କା: କଲମ୍ବୋରେ ଭୟଙ୍କର ହିଂସାକାଣ୍ଡ, ୭ ମୃତ, ୨୦୦ରୁ ଅଧିକ ଗୁରୁତର

ଜଳୁଛି ଶ୍ରୀଲଙ୍କା: କଲମ୍ବୋରେ ଭୟଙ୍କର ହିଂସାକାଣ୍ଡ, ୭ ମୃତ, ୨୦୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ : ଜଳୁଛି ଶ୍ରୀଲଙ୍କା । କଲମ୍ବୋରେ ଭୟଙ୍କର ହିଂସାକାଣ୍ଡ । ସରକାରୀ ସମର୍ଥକ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ହିଂସା ୭ ଜଣଙ୍କ ଜୀବନ ନେଇଛି । ଏଥିରେ ପ୍ରାୟ ୨୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖି ଶ୍ରୀଲଙ୍କା ସରକାର ସେନା ଓ ପୋଲିସକୁ ଜରୁରୀକାଳୀନ ଶକ୍ତି ପ୍ରଦାନ କରିଛି । ଯାହାଦ୍ୱାରା ବିନା ୱାରେଣ୍ଟିରେ ପ୍ରଦର୍ଶନକାରୀଙ୍କୁ ନିଜ କବ୍‌ଜାକୁ ନେବାକୁ ଅନୁମତି ମିଳିଯାଇଛି । ଶ୍ରୀଲଙ୍କାରେ ଆର୍ôଥକ ସଂକଟ ପରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଇସ୍ତଫା ଦାବି କରି ଆସୁଛନ୍ତି ସରକାର ବିରୋଧୀ ପ୍ରଦର୍ଶନକାରୀ ।

ଏହାକୁ ନେଇ ଗତ ଏପ୍ରିଲ ୯ ତାରିଖରୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଆସୁଥିବା ଲୋକେ ଏବେ ଉଗ୍ର ହୋଇଯାଇଛନ୍ତି । ଆକ୍ରମଣ, ପ୍ରତିଆକ୍ରମଣ, ଜଳାପୋଡ଼ା କରୁଛନ୍ତି ପ୍ରଦର୍ଶନକାରୀ । ଅନେକ ସାଂସଦଙ୍କ ଗାଡ଼ି ଓ ଘରକୁ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ଏହା ପରେ ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜପାକ୍ଷେ । କିଛି ଦିନ ହେବ ଅର୍ଥ ସଂକଟରେ ପଡ଼ିଛି ଶ୍ରୀଲଙ୍କା । ଲୋକଙ୍କ ପାଖରେ ଖାଦ୍ୟ, ଇନ୍ଧନ, ବିଜୁଳି ଏବଂ ଔଷଧ ନାହିଁ । ବିଦେଶରୁ ଆମଦାନୀ ପାଇଁ ଶ୍ରୀଲଙ୍କା ପାଖରେ ବିଦେଶୀ ମୁଦ୍ରା ନାହିଁ । ଏହା ବିରୋଧରେ ସରକାର ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking