26.1 C
Bhubaneswar
Wednesday, May 25, 2022
Homeଦେଶ ବିଦେଶବିଜେପିକୁ ଚ୍ୟାଲେଞ୍ଜ କଲେ ମେହବୁବା

ବିଜେପିକୁ ଚ୍ୟାଲେଞ୍ଜ କଲେ ମେହବୁବା

ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବାପି ମସଜିଦ ପରେ ତାଜମହଲର ସର୍ଭେ ପାଇଁ ଦାବି କରାଯାଇଛି । ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା ୨୨ଟି କୋଠରୀ ଖୋଲାଯିବା ଉଚିତ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯିବା ଉଚିତ । ତାଜମହଲରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଅଛି ବୋଲି ମଧ୍ୟ ଆବେଦନପତ୍ରରେ ଦର୍ଶାଯାଇଛି । ଏଭଳି ଆବେଦନ ପରେ ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତାଜମହଲକୁ ନେଇ ବିଜେପିକୁ ଏକ ବଡ ଆହ୍ୱାନ ଦେଇଛନ୍ତି ।

ମେହବୁବା ମୁଫତି କହିଛନ୍ତି ଯେ, ଯଦି ବିଜେପିର ଦମ୍ ଅଛି, ତେବେ ତାଜମହଲ ଏବଂ ଲାଲକିଲ୍ଲାକୁ ମନ୍ଦିରରେ ପରିଣତ କରି ଦେଖାଅ । ତା’ପରେ ଦେଖିବା ଭାରତର କେତେ ଲୋକ ଏହାକୁ ଦେଖିବାକୁ ଆସିବେ । ସେ ଆହୁରି କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ବିଜେପି ଲୋକମାନଙ୍କୁ ଚାକିରି ଯୋଗାଇପାରୁ ନାହିଁ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିପାରୁ ନାହିଁ ଓ ଦେଶର ସମ୍ପତ୍ତି ବିକ୍ରି କରୁଛି । ଏ ନେଇ ଆଜି ଆମ ଦେଶ ବାଂଲାଦେଶ, ପାକିସ୍ଥାନ ଏବଂ ନେପାଳଠାରୁ ବି ପଛକୁ ଚାଲିଗଲାଣି । କିନ୍ତୁ ବିଜେପି ଏଥିପ୍ରତି ଧ୍ୟାନ ନଦେଇ ଅଯଥା ପ୍ରସଙ୍ଗ ଉପରେ ଧ୍ୟାନ ଦେଉଛି । ଦେଶର ଟଙ୍କା ଲୁଟିବା ପରେ ଯେଉଁମାନେ ପଳାୟନ କରିଥିଲେ ସେମାନଙ୍କୁ ଫେରାଇ ଆଣିବା ପରିବର୍ତ୍ତେ, ବିଜେପି ମୋଗଲ ଶାସନ କାଳରେ ନିର୍ମିତ ସମ୍ପତ୍ତିକୁ ନଷ୍ଟ କରିବାକୁ ଚାହୁଁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking