36.1 C
Bhubaneswar
Saturday, May 4, 2024
Homeଓଡିଶାସ୍ପୁଟନିକ ଟିକାର ଦର ୯୪୮ ଟଙ୍କା

ସ୍ପୁଟନିକ ଟିକାର ଦର ୯୪୮ ଟଙ୍କା

ନୂଆଦିଲ୍ଲୀ : ମେଡ୍ ଇନ୍ ରୁଷିଆ ଟିକା ସ୍ପୁଟନିକ ଭି ର ଦାମ ଘୋଷଣା ହୋଇଛି। ଭାରତରେ ଏହି ଟିକାର ପିରଚାଳନା ଦାୟିତ୍ୱରେ ଥିବା ହାଇଦ୍ରାବାଦର ଜକ୍ଚର ରେଡ୍ଡୀ ଏହି ଦର ଘୋଷଣା କରିଛନ୍ତି । ଗୋଟିଏ ଡୋଜର ଦାମ ୯୯୫ ଟଙ୍କା ରହିଛି। ଟିକାର ଦାମ୍ ୯୪୮ ଟଙ୍କା ଏଥିରେ 5 ପ୍ରତିଶତ ଜିଏସଟି ମିଶାଇଲେ ଏହି ଦର ୯୯୫ ଟଙ୍କା ହେବ ବୋଲି କମ୍ପାନୀ ଘୋଷଣା କରିଛି। ହାଇଦ୍ରାବାଦରେ ପାଇଲଟ ପ୍ରୋଜେକ୍ଚ ଭାବରେ ଏହି ଟିକା ଦିଆଯାଇଥିବା ସୂଚନା ରହିଛି। ଋଷିଆରୁ ଏହି ଟିକା ଆମଦାନୀ ହୋଇ ଭାରତରେ ମେ ୧ ରେ ପହଞ୍ଚିଥିଲା। ଏହାପରେ ମେ ୧୩ରେ ଭାରତର ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରୋଟରୀ ଏହି ଟିକାକୁ ଅନୁମତି ଦେଇଛି। ଏବେ ଏହି ଟିକା ଆମଦାନୀ ହୋଇଛି। ଆଗାମୀ ଦିନରେ ଭାରତରେ ତିଆରି ହେଲେ ଦର କମିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଦେଶରେ କୋଭିଶିଲ୍ଟ, କୋଭାକ୍ସିନ ପରେ ତୃତୀୟ ଟିକା ଭାବରେ ଋଷିଆର ସ୍ପୁଟନିକ ଭି ଜରୁରୀକାଳୀନ ଭାବରେ ଅନୁମୋଦିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking