29.1 C
Bhubaneswar
Thursday, April 25, 2024
Homeଓଡିଶାବର୍ଷୀୟାନ୍ କବି ଭିକାରୀ ଚରଣ ନାୟକଙ୍କ ପରଲୋକ

ବର୍ଷୀୟାନ୍ କବି ଭିକାରୀ ଚରଣ ନାୟକଙ୍କ ପରଲୋକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ସଅଁରାପଶି ଗ୍ରାମର ବାର୍ଷିଆନ କବି ଭିକାରୀ ଚରଣ ନାୟକଙ୍କ ୯୨ ବର୍ଷ ବୟସରେ ନିଜସ୍ୱ ବାସଭବନରେ ଶୁକ୍ରବାର ସକାଳ ୫ ଟାରେ ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁଁ ଦେହାନ୍ତ ହୋଇଛି। ଏକାଧାରରେ ସେ ଜଣେ କବି, ଲେଖକ ଓ ସୁବକ୍ତା ଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ଶିକ୍ଷକତା ଆରମ୍ଭ କରି ପାଟଣା ବ୍ଲକରେ ସମାଜ ମଙ୍ଗଳ ଅଧିକାରୀ ରହି ଚାକିରିରୁ ଅବସର ନେବା ପରେ ବିଭିନ୍ନ ସାହିତ୍ୟ ସଂଗଠନ ସହିତ ଜଡିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ବରିଷ୍ଠ ବିଜେପି ନେତା ଦୁର୍ଗାଚରଣ ନାୟକ, ସାନ ପୁଅ ତାରିଣୀ ପ୍ରସାଦ ନାୟକ, ଝିଅ କବୟତ୍ରୀ ଉମା ମହାରଣା ଉପସ୍ଥିତ ଥିଲେ। ପାଟଣା ବୈତରଣୀ ନଦୀ କୂଳରେ ଶୋକାକୁଳ ପରିବେଶରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି। ବଡ଼ପୁଅ ଦୁର୍ଗାଚରଣ ନାୟକ ମୁଖାଗ୍ନି ଦେଇଥିବା ବେଳେ ଭିକାରୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, ଭରତ ଚନ୍ଦ୍ର ଦାଶ, ଅବନିକାନ୍ତ ଦାଶ, ବିଦ୍ୟାଧର ଦାଶ, ନୃସିଂହ ନାଥ ସିଂହ, ଅଜୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking