34.1 C
Bhubaneswar
Saturday, May 18, 2024
Homeଓଡିଶାମହିଳାଙ୍କୁ ଦଳିଦେଲା ଦନ୍ତା, ଅଳ୍ପକେ ବର୍ତ୍ତିଗଲେ ୩ ଜଣ

ମହିଳାଙ୍କୁ ଦଳିଦେଲା ଦନ୍ତା, ଅଳ୍ପକେ ବର୍ତ୍ତିଗଲେ ୩ ଜଣ

ମୟୂରଭଞ୍ଜ : ଦିନକୁଦିନ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଢ଼ିବାରେ ଲାଗିଛି ହାତୀପଲର ଦୌରାତ୍ମ୍ୟ। ହାତୀ ଆକ୍ରମଣରେ କେତେବେଳେ ଲୋକଙ୍କ ଜୀବନ ଯାଉଛି ତୋ ପୁଣି କେତେବେଳେ ଆହତ ହୋଇ ପଙ୍ଗୁ ଭାବେ ଜୀବନ ଜିଉଁଛନ୍ତି। ତେବେ କିଛିଦିନ ପୂର୍ବରୁ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ରେଞ୍ଜର ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ଆକ୍ରମଣରେ ଆଇ ନାତୁଣୀ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଘଟଣାକୁ ଏକ ସପ୍ତାହନପୁରୁଣୁ ଗତରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।ସୂଚନାଥାଉକି,ପୁନାସି ଦେହୁରୀ (୩୨) ତାଙ୍କ ସ୍ୱାମୀ କେଶବ ଦେହୁରୀ,ଭାଇ ବିଶ୍ୱନାଥ ଦେହୁରୀ ଏବଂ ମାମୁଁ ରାଜ ଦେହୁରୀ ସହିତ ନିଜ ଶଶୁର ଘର ପନଖି ଗ୍ରାମରୁ ବାଙ୍କି ସ୍ଥିତ ଦେହୁରୀ ସାହି ନିଜ ବାପ ଘରକୁ ଫେରିଥିଲେ।

ଫେରିବା ବାଟରେ ୪୯ ନମ୍ବର ରାଜ୍ୟରାଜପଥରୁ ପ୍ରାୟ ୧ କିମି ଦୂର ବାଙ୍କୀ ଦେହୁରୀ ସାହି ନିକଟରେ ୩ ଟିକିଆ ହାତୀପଲ ହାବୁଡ଼ରେ ୪ ଜଣ ପଡିଯାଇଥିଲେ। ହାତୀ ଗୋଠ ଦେଖି କେଶବ ,ବିଶ୍ୱନାଥ ଓ ରାଜ ପ୍ରାଣବିକଳରେ ଖସି ପଳାଇଥିବା ବେଳେ ପୁନାସି ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ। ଦନ୍ତାହାତୀଟି ମହିଳା ଜଣଙ୍କୁ ଦଳିଚକଟି ଦେଇଥିଲା ଫଳରେ ପୁନାସିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଘଟଣା ପରେ ଉକ୍ତ ସ୍ଥାନରୁ ହାତୀଗୁଡିକ ପଳାଇଥିଲେ। ଏହି ବିଷୟରେ ଖବରପାଇବା ପରେ ମଣଦା ରେଞ୍ଜର ଵନବିହାରୀ ସର୍ଦ୍ଧାରଙ୍କ ନେତୃତ୍ୱରେ ମଣଦା ଵନପାଳ ଅଜିତ ମହାନ୍ତି, ବନରକ୍ଷୀ କୁମୁଦେନ୍ଦୁ ପ୍ରସାଦ ମହାନ୍ତ,ମଣଦା ସେକ୍ସନ ବନପାଳ ସୁଶାନ୍ତ ପାତ୍ର, ବନରକ୍ଷୀ ଭଗବାନ ପାତ୍ର, ବନରକ୍ଷୀ ହିମାଂଶୁ କୁମାର ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।ତେବେ ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କିତ ଅବସ୍ଥା ଲାଗି ରହିଥିବା ବେଳେ ମୃତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking