40.1 C
Bhubaneswar
Saturday, April 27, 2024
Homeଓଡିଶାଆଇଆରସିଟିସି ପକ୍ଷରୁ ତୀର୍ଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ

ଆଇଆରସିଟିସି ପକ୍ଷରୁ ତୀର୍ଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ

ଗଞ୍ଜାମ : ଭାରତୀୟ ରେଳ ବିଭାଗ ଅଧୀନରେ ଥିବା “ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ୍ କର୍ପୋରେସନ ଲିମିଟେଡ’ (ଆଇଆରଟିସି) ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଘୋଷଣା ହୋଇଛି । ଆଇଆରସିଟିସିର ଆଞ୍ଚଳିକ ମ୍ୟାନେଜର ଡକ୍ଟର କ୍ରାନ୍ତି ପି.ସାୱରକର୍ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ଅନ୍ତର୍ଗତ ଫୁଡ୍ କୋର୍ଟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି । ପବିତ୍ର ମହାଳୟା ଅବସରରେ ଜନସାଧାରଣ ପିତୃକାର୍ଯ୍ୟ ସମାପନ ପାଇଁ ପିଣ୍ଡଦାନ କରିବା ଉଦେଶ୍ୟରେ ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯିବାର ପରମ୍ପରା ରହିଛି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ତେବେ ସଂପ୍ରତି କୋଭିଡ ସମୟରେ ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ସହ ତୀର୍ଥଯାତ୍ରୀଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଏହି ଯାତ୍ରାରେ ବ୍ୟବସ୍ଥା ରହିଛି ବୋଲି ସାୱରକର କହିଛନ୍ତି । ଏହି ଟ୍ରେନଟି ବାରଣାସି, ପ୍ରୟାଗରାଜ ଏବଂ ଗୟା କ୍ଷେତ୍ରକୁ ଯାତ୍ରା କରିବ ।

ଏହି ଯାତ୍ରା ପ୍ୟାକେଜ୍‌ରେ ୭ ଦିନ ଏବଂ ୬ ରାତ୍ରିର ଅବଧି ରହିଛି । ଏହି ଟ୍ରେନଟି ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧ ତାରିଖରେ ଭୁବନେଶ୍ୱର ଠାରେ ଯାତ୍ରା ଶେଷ କରିବ । ଏହି ଟ୍ରେନକୁ ଯାତ୍ରୀ ମାନେ ବ୍ରହ୍ମପୁର ଠାରେ ରାତ୍ରି ୮ଟା ୨୫ ମିନିଟରେ, ଖୋର୍ଦ୍ଧା ଠାରେ ୧୦ଟା୪୫ ମିନିଟରେ, ଭୁବନେଶ୍ୱର ଠାରେ ୧୧ଟା୩୦ରେ, କଟକରେ ୧୨ଟା୩୦ରେ ପାଇପାରିବେ ବୋଲି କୁହାଯାଇଛି । ଏଥିରେ ଏସି ଏବଂ ସ୍ୱତନ୍ତ୍ର କ୍ଳାସ ଯାତ୍ରା ଉପଲବଧ ହେବ । ଏହି ସ୍ୱତନ୍ତ୍ର ପ୍ୟାକେଜର ଦର ୬,୬୨୦ ଟଙ୍କା ରହିଥିବା ବେଳେ ଏସି ଯାତ୍ରା ପାଇଁ ଦର ୧୧,୦୩୦ଟଙ୍କା ରହିଛି ବୋଲି କ୍ରାାନ୍ତି ସାୱରକର କହିଛନ୍ତି । ଏଭଳି ଯାତ୍ରାା ପ୍ରଥମ ଥର ପାଇଁ ଓଡ଼ିଶାରୁ ଆରମ୍ଭ ହୋଇଛି । ତେଣୁ ଏହାର ଲାଭ ଉଠାଇବା ପାଇଁ ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଚିଫ ସୁପରଭାଇଜର ସଂଘମିତ୍ରା ରାଉଳ, ଶକ୍ତି ପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking