28.1 C
Bhubaneswar
Saturday, April 20, 2024
Homeଓଡିଶାଗଟାମାହା ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି

ଗଟାମାହା ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି

ଫୁଲବାଣୀ: ୨୦୨୧ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଟାମାହା  ଗାଁକୁ ଏକ ନୂତନ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାନଗଲେ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ୍‌ର ତଲାରିମାହା ପଞ୍ଚାୟତ ଅନ୍ତର୍ଗତ ଗଟାମାହା ହେଉଛି ଏକ ଗ୍ରାମ । ଏହା ପୂର୍ବରୁ ରାଜସ୍ୱ ଗ୍ରାମ ଥିଲା । ଗତ ୨୦ ବର୍ଷ ତଳେ କିନ୍ତୁ କେତେକ କାରଣ ଯୋଗୁଁ ଉକ୍ତ ଗ୍ରାମକୁ ରାଜସ୍ୱ ଗ୍ରାମରୁ ନିବୃତ୍ତି କରାଯାଇଛି । ବର୍ତ୍ତମାନ ଉକ୍ତ ଗ୍ରାମରେ ଜନସଂଖ୍ୟା ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ । ତେବେ ଗଟାମାହା ଏକ ପଡ଼ା ଗ୍ରାମ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ବିିଭିନ୍ନ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ହୋଇପାରିନାହିଁ । ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ଯୋଜନାରେ ଉକ୍ତ ଗ୍ରାମବାସୀ  ବଞ୍ଚିତ ହୋଇଛନ୍ତି । ପୂର୍ବରୁ ଉକ୍ତ ଗ୍ରାମର ରାଜସ୍ୱ ଗ୍ରାମ ଥିବା ଯୋଗୁଁ ସମସ୍ତ ସରକାରୀ ପରିଚୟ ପତ୍ର ଓ ଜମିଜମା ନଥିପତ୍ର ଗଟାମାହା ଗ୍ରାମ ନାମରେ ନାମିତ ହୋଇଥିଲା ।

କିନ୍ତୁ ୨୦ ବର୍ଷ ତଳେ ତାହା ଉଠାଇ ଦିଆଯାଇଥିବାରୁ ପୂର୍ବ ପରିଚୟ ପତ୍ରକୁ ନେଇ ଗ୍ରାମବାସୀ ଅନେକ ସମୟରେ ବିଭିନ୍ନ ଯୋଜନାରେ ଅର୍ନ୍ତଭୁକ୍ତ ପାଇଁ ହେଉ କିମ୍ବା ଅନ୍ୟ କେତେକ କାରଣ ପାଇଁ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଦୀର୍ଘଦିନ ଧରି ଗ୍ରାମବାସୀ ରାଜସ୍ୱ ଗ୍ରାମର ମାନ୍ୟତା ଦାବିକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲପାଳ ଓ ସମସ୍ତ ବିଭାଗୀୟ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀମାନଙ୍କୁ  ବାରମ୍ବାର ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ଗଟାମାହା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବିକରି ଅଞ୍ଚଳବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଜିଲ୍ଲା ପ୍ରଶାସନ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସେହି ସମୟରେ ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ପରେ ଗ୍ରାମବାସୀ ଭୋଟ ପ୍ରଦାନ କରିଥିଲେ । ଇତି ମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରତିଶୃତି କେବଳ ପ୍ରତିଶୃତିରେ ରହିଯାଇଛି । ଏଭଳି ସ୍ଥଳେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉକ୍ତ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାନଯାଏ ତେବେ ଅଞ୍ଚଳବାସୀ ନିଶ୍ଚିତ ଭାବେ ଭୋଟ ବର୍ଜନ କରିବେ ବୋଲି ଏବେଠୁଁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking