25.8 C
Bhubaneswar
Saturday, July 27, 2024
Homeଓଡିଶାପ୍ରଥମଥର ଲାଗି +୨ ପ୍ରାକ୍ଟିକାଲ ପରୀକ୍ଷାକୁ ପରିଦର୍ଶନ କରିବେ ସ୍ୱତନ୍ତ୍ର ସ୍କ୍ୱାଡ

ପ୍ରଥମଥର ଲାଗି +୨ ପ୍ରାକ୍ଟିକାଲ ପରୀକ୍ଷାକୁ ପରିଦର୍ଶନ କରିବେ ସ୍ୱତନ୍ତ୍ର ସ୍କ୍ୱାଡ

ଭୁବନେଶ୍ୱର: ୨୦୨୩ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧ରୁ ଆରମ୍ଭ ହେବ । ଯେଉଁ ଷ୍ଟ୍ରିମର ପ୍ରାକ୍ଟିକାଲ ବିଷୟ ରହିଛି ସେ ସବୁ ୧୦ତାରିଖ ମଧ୍ୟରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କର ସୁବିଧା ଅନୁସାରେ ପରିଚାଳନା କରିବେ । ସେହିପରି ଥିଓରୀ ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଚଳିତବର୍ଷ ମୋଟ ୩ଲକ୍ଷ ୫୮ହଜାର ୪୯୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ତେବେ ଚଳିତବର୍ଷ ପ୍ରଥମଥର ଲାଗି ଥିଓରୀ ପରି ପ୍ରାକ୍ଟିକାଲ ପରୀକ୍ଷାରେ ମଧ୍ୟ +୨ ପରିଷଦର ସ୍କ୍ୱାର୍ଡ ସମସ୍ତ କଲେଜ ପରିଦର୍ଶନ କରିବେ ।

ସୂଚନା ଅନୁସାରେ ରାଜ୍ୟରେ ଏଥର ୧୧୪୪ଟି ଜୁନିଅର କଲେଜରେ ପରୀକ୍ଷା ହେବ । ମାତ୍ର ସମସ୍ତ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ହେବ । ଏପରିକି ଘରୋଇ କଲେଜରେ ମଧ୍ୟ ପିଲାମାନେ ନିଜ କଲେଜରେ ପରୀକ୍ଷା ଦେବେ । ତେଣୁ ପରୀକ୍ଷାରେ ସ୍ୱଚ୍ଛତା ଲାଗି ଏଥର ସବୁ ପ୍ରାକ୍ଟିକାଲ ରୁମ୍‌ରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଥିବା ବେଳେ ଥିଓରୀ ପରି ପ୍ରାକ୍ଟିକାଲ ପରୀକ୍ଷା ସମୟରେ ମଧ୍ୟ ବିଭିନ୍ନ ଜୋନରେ ସ୍କ୍ୱାଡ ପରିଦର୍ଶନରେ ଯାଇ କେନ୍ଦ୍ର ଯାଞ୍ଚ କରିବେ । ପ୍ରାକ୍ଟିକାଲ ପରୀକ୍ଷା ପରୀକ୍ଷା ଶେଷ ହେବା ପରେ ଫେବୃଆରୀ ୧୭ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତରଖାତା ଏବଂ ମାର୍କ ସିଏଚ୍‌ଏସ୍‌ଇରେ କଲେଜ କର୍ତ୍ତୃପକ୍ଷ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷାରେ ସ୍ୱଚ୍ଛତା ଲାଗି ଜୋନ ୱାରୀ ସ୍କ୍ୱାଡିଂ ବ୍ୟବସ୍ଥା ହୋଇଥିବା ବେଳେ ପରୀକ୍ଷାକେନ୍ଦ୍ରରେ ୩ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯିବ । ପ୍ରାକ୍ଟିକାଲ ପରୀକ୍ଷାରେ ଘରୋଇ କଲେଜରେ ବାହାର କଲେଜରେ ବରିଷ୍ଟ ଅଧ୍‌ୟାପକଙ୍କୁ ସୁପରିଟେଣେ୍‌ହଟ ଭାବେ ନିଯୁକ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking