ମାଲକାନଗିରି: ସ୍ୱାଭିମାନ ଅଂଚଳରୁ ଦୁର୍ଦ୍ଦାନ୍ତ ମାଓବାଦୀ ଚାଣ୍ଟି ଗିରଫ ହୋଇଛି। ଏନ୍ଆଇଏ ଦ୍ବାରା ଚାଣ୍ଟି ଗିରଫ ହୋଇଥିବା ଜଣାଯାଇଛି। ମାଓବାଦୀ ଜଣକ ହେଲେ ରଞ୍ଜୁଖିଲ ଓରଫ ଚାଣ୍ଟି। ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣରେ ୪ ଯବାନ ସହିଦ ଘଟଣାରେ ସାମିଲ ଥିଲା ଚାଣ୍ଟି। ଏହାପରେ ୨୦୧୩ ମସିହାରେ ଚାଣ୍ଟିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ୨୦୧୮ ମସିହାରେ ବେଲରେ ବାହାରିଥିଲା। ପରେ ସେ ଆଉ କୋର୍ଟରେ ହାଜର ହେଉନଥିଲା।
ଏନ୍ଆଇଏ ପକ୍ଷରୁ ମାମଲା ରୁଜୁ କରିବା ସହ ଚାଣ୍ଟିକୁ ଖୋଜୁଥିଲା ଏନ୍ଆଇଏ। ଆଜି ଏନ୍ଆଇଏର ଏକ ଟିମ ସ୍ୱାଭିମାନ ଅଂଚଳରୁ ଚାଣ୍ଟିକୁ ଗିରଫ କରିଛି।ଓଡ଼ିଶା ପୁଲିସ ସହାୟତାରେ ଗିରଫ କରିଛି ଏନ୍ଆଇଏ। ଚାଣ୍ଟି ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା। ପୂର୍ବରୁ ମଧ୍ୟ ମାଲକାନଗିରି ପୁଲିସ ଚାଣ୍ଟି କୁ ଗିରଫ କରିଥିବା ବେଳେ ଏବେ ବେଲ୍ରେ ଥିଲା। କିଛିଦିନ ତଳେ ଏନ୍ଆଇଏ ପକ୍ଷରୁ ଚାଣ୍ଟି ସହ ୪ଜଣଙ୍କର ମାଓବାଦୀଙ୍କ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟେର ଲାଗିଥିଲା।