36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶମହିଳା ବିଧାୟକଙ୍କ ପାଇଁ ୟୁପି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ମହିଳା ବିଧାୟକଙ୍କ ପାଇଁ ୟୁପି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନଭାରେ ଗୁରୁବାର ମହିଳାଙ୍କୁ ସମର୍ପିତ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ପ୍ରସ୍ତାବନା ରଖି କହିଥିଲେ, ଭାରତର ସବୁଠୁ ବୃହତ୍ ବିଧାନମଣ୍ଡଳର ଏହି ଅଧିବେଶନ ଦେଶ ଆଗରେ ଏକ ଉଦାହରଣ ପ୍ରସ୍ତୁତ କରିବ ଯେ ମହିଳା ସଦସ୍ୟମାନେ କ’ଣ କହିବାକୁ ଚାହାନ୍ତି । ସେ କହିଛନ୍ତି, ଯଦି ରାଜ୍ୟର ବର୍ତ୍ତମାନ, ଭବିଷ୍ୟତ ଏବଂ ସ୍ୱାବଲମ୍ବନ ସମ୍ପର୍କରେ ମହିଳା ସଦସ୍ୟଙ୍କ ପକ୍ଷରୁ କୌଣସି ସକାରାତ୍ମକ ପରାମର୍ଶ ମିଳେ, ତେବେ ଏହା ଉପରେ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ସହାୟତା ମିଳିବ । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ‘ଆଜି ଦେଶର ସବୁଠୁ ବୃହତ୍ ବିଧାନମଣ୍ଡଳର ଏକ ନୂଆ ଇତିହାସ ସୃଷ୍ଟି ଦିଗରେ ଅଗ୍ରସର ହୋଇଛି । ସ୍ୱାଧୀନତାର ୭୫ ବର୍ଷ ପରେ ଅଧା ଜନସଂଖ୍ୟାର ସ୍ୱର ଏହି ସଦନ ମାଧ୍ୟମରେ ରାଜ୍ୟର ୨୫ କୋଟି ଜନତାଙ୍କ ନିକଟରେ ପହଞ୍ଚିବ । ଏହା ସହିତ ଉତ୍ତର ପ୍ରଦେଶର ସମସ୍ୟା ଏବଂ ଉପଲବ୍ଧି ବ୍ୟତୀତ ଅନ୍ୟ ସମସାମୟିକ ପ୍ରସଙ୍ଗକୁ ଏହି ସଦନରେ ରଖିବାର ଅବସର ମିଳିବ । ବାସ୍ତବରେ ଏହି କାର୍ଯ୍ୟ ବହୁ ପୂର୍ବରୁ ହେବାର ଥିଲା ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking