27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଦିଲ୍ଲୀରେ ୨୫ ହଜାର ଅତିଥି ଶିକ୍ଷକ ନିଯୁକ୍ତିରେ ଅନିୟମିତତା: ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ

ଦିଲ୍ଲୀରେ ୨୫ ହଜାର ଅତିଥି ଶିକ୍ଷକ ନିଯୁକ୍ତିରେ ଅନିୟମିତତା: ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଅବକାରୀ ନୀତି ଏବଂ ୱାକଫ୍ ବୋର୍ଡରେ ହୋଇଥିବା ଘୋଟାଲା ପରେ ଅରବିନ୍ଦ କେଜରିୱାଲ୍ ସରକାର ବିରୋଧରେ ଏବେ ଅତିଥି ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି । ମାମଲାକୁ ନେଇ ଉପରାଜ୍ୟପାଳ ବିକେ ସାକ୍ସେନା ଗୁରୁବାର ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ସଚିବାଳୟ ମୁଖ୍ୟ ସଚିବଙ୍କୁ ଏକ ପତ୍ର ଲେଖିଛି । ଏଥିରେ ଜାଲ୍ ଅତିଥି ଶିକ୍ଷକଙ୍କ ନାମରେ ଦରମା ଅର୍ଥ ତୋଷରପାତର ତଦନ୍ତ ମଧ୍ୟ କରାଯିବ । ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ପତ୍ରରେ ସରକାରୀ ସ୍କୁଲ୍‌ରେ ନିଯୁକ୍ତ କରାଯାଇଥିବା ଅତିଥି ଶିକ୍ଷକଙ୍କ ଫିଜିକାଲ୍ ଆଟେଣ୍ଡାଣ୍ଟ୍ ଏବଂ ସାଲାରୀ ରିଲିଜ୍‌ର ଷ୍ଟାଟସ୍ ରିପୋର୍ଟ ମଗାଯାଇଛି । ଏହି ରିପୋର୍ଟ ଏକମାସ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ୨୫ ହଜାର ଅତିଥି ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ନିକଟରେ କରାଯାଇଥିବା ଏକ ଅଡିଟ୍‌ରେ ମଧ୍ୟ ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା । ମାନସରୋବର ପାର୍କରେ ଥିବା ସିନିୟର୍ ସେକେଣ୍ଡାରୀ ସ୍କୁଲ୍‌ରେ ଅତିଥି ଶିକ୍ଷକଙ୍କ ନାମରେ ତିନିଜଣ ବ୍ୟକ୍ତିଙ୍କୁ ୪ ଲକ୍ଷ ୨୧ ହଜାର ଦରମା ଦିଆଯାଇଥିବା ବେଳେ ସେମାନଙ୍କ ନିଯୁକ୍ତି ଏହି ସ୍କୁଲ୍‌ରେ ହୋଇନଥିବା ଅଡିଟ୍‌ରୁ ଜଣାପଡ଼ିଥିଲା । ଗତ ସପ୍ତାହରେ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ଏକ ସ୍କୁଲର ଚାରିଜଣ ଭାଇସ୍ ପ୍ରିନ୍ସିପାଲ୍‌ଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ମାମଲାର ତଦନ୍ତ ଆଣ୍ଟି କରପ୍‌ସନ୍ ବ୍ୟୁରୋ (ଏସିବି) କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking