30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଆଗକୁ ଅନଲାଇନ୍ ପେମେଣ୍ଟ ପାଇଁ ମନେରଖିବାକୁ ପଡ଼ିପାରେ ୧୬-ଅଙ୍କ ବିଶିଷ୍ଟ ସଂଖ୍ୟା

ଆଗକୁ ଅନଲାଇନ୍ ପେମେଣ୍ଟ ପାଇଁ ମନେରଖିବାକୁ ପଡ଼ିପାରେ ୧୬-ଅଙ୍କ ବିଶିଷ୍ଟ ସଂଖ୍ୟା

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ୨୦୨୨ ମସିହା ଜାନୁଆରୀରୁ ଆରବିଆଇ ତରଫରୁ ଏକ ନୂତନ ନିୟମ ଆରମ୍ଭ ହେବାକୁ ଯାଉଛି । ଆଗକୁ କେବଳ ସିଭିଭି ନମ୍ବର ଅନଲାଇନ୍ କାରବାର ପାଇଁ ଯଥେଷ୍ଟ ହୋଇନପାରେ । କେନ୍ଦ୍ରୀୟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ସେମାନଙ୍କର ସମସ୍ତ କାର୍ଡ ବିବରଣୀ ଯଥା ନାମ, ୧୬ ଅଙ୍କ ବିଶିଷ୍ଟ କାର୍ଡ ନମ୍ବର ଏବଂ ସମାପ୍ତି ତାରିଖ ଏବଂ ପ୍ରତ୍ୟେକ ଅନଲାଇନ୍ ପେମେଣ୍ଟ ପାଇଁ ସିଭିଭି ପ୍ରବେଶ କରିବାକୁ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛି ଆରବିଆଇ । କାର୍ଡ ସୂଚନା ସୁରକ୍ଷିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ସୂଚନାରୁ ଜଣାପଡ଼ିଛି ।

ସଂଶୋଧିତ ନିୟମଗୁଡ଼ିକର ଅର୍ଥ ହେବ ଯେ, ପ୍ରତ୍ୟେକ ଥର ଆମାଜନ ଏବଂ ଫ୍ଲିପକାର୍ଟରେ ସପିଂ କରିବାବେଳେ, ପେଟିଏମ୍ ଏବଂ ଗୁଗୁଲ୍ ପେ ମାଧ୍ୟମରେ ପେମେଣ୍ଟ କଲେ କିମ୍ବା ନେଟଫ୍ଲିକ୍ସରେ ସବସ୍କ୍ରିପସନ୍ ରିନ୍ୟୁ କଲେ , ଗ୍ରାହକଙ୍କୁ ସବିଶେଷ ତଥ୍ୟ ଟାଇପ୍ କରିବାକୁ ପଡିବ ।

ପ୍ରତ୍ୟେକ କାରବାର ପାଇଁ ସବିଶେଷ ତଥ୍ୟ ଯୋଡିବା ଏକ କ୍ଲାନ୍ତକାରୀ ପ୍ରକ୍ରିୟା ହୋଇପାରେ, ବିଶେଷତଃ ଏକରୁ ଅଧିକ କାର୍ଡ ଥିବା ବ୍ୟକ୍ତିଙ୍କ ପାଇଁ । କିନ୍ତୁ ଗୁଗୁଲ୍ ପେ ଏବଂ ପେଟିଏମ୍ ପରି ପେମେଣ୍ଟ ଏଗ୍ରିଗେଟର୍ସ ଏବଂ ଆମାଜନ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ ୱେବସାଇଟଗୁଡ଼ିକୁ ସେମାନଙ୍କ ସର୍ଭର ଏବଂ ଡାଟାବେସରେ ଗ୍ରାହକଙ୍କ କାର୍ଡ ତଥ୍ୟ ସଂରକ୍ଷଣରୁ ରୋକିବା ଦ୍ୱାରା ନୂତନ ନିୟମ ଗ୍ରାହକଙ୍କ ସୁରକ୍ଷା ଏବଂ ତଥ୍ୟ ସୁରକ୍ଷା ନିଶ୍ଚିତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking