29.1 C
Bhubaneswar
Sunday, May 5, 2024
Homeଓଡିଶାଭତ୍ତା ଟଙ୍କା ନଦେବାରୁ ମା’କୁ ଘରୁ ତଡିଦେଲେ ପୁଅ-ବୋହୂ

ଭତ୍ତା ଟଙ୍କା ନଦେବାରୁ ମା’କୁ ଘରୁ ତଡିଦେଲେ ପୁଅ-ବୋହୂ

ଭଦ୍ରକ : ଜଣେ ମା’ ପୁତ୍ର ସନ୍ତାନ କୋଳରେ ପାଇବା ପାଇଁ ସାତ ଦିଅଁ ଦେବାତାଙ୍କୁ ପୂଜା କରିବା ସହ ନାନା ଉପବାସ ରଖିଥାଏ । ଆଶା ପରିଣତ ବୟସରେ ପୁଅ ଦିଓଳି ଦିମୁଠା ଖାଇବାକୁ ଦେବ । ହେଲେ ପୁଅ ଯେ ଟଙ୍କା ଆଶାରେ ଅନ୍ଧ ହୋଇ ମା’କୁ ଘରୁ ତଡିଦବ କେବେବି ସ୍ୱପ୍ନରେ ଭାବିନଥିଲା ମା’ । ଏଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ନାନ୍ଦପୁର ପଞ୍ଚାୟତ କୋଇଲିଖା ଗାଁର ସୋମଲତାସାମଲଙ୍କ ନିକଟରେ । ସୋମଲତାଙ୍କର ବୟସ ୬୫ବର୍ଷ ହେବ ଦୀର୍ଘଦିନ ହେବ ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି । ଛଅଟା ନୁହେଁକି ନଅଟା ନୁହେଁ ଗୋଟିଏ ବୋଲି ପୁଅ ବାଙ୍କା ସାମଲ, ବିଧବା ମା’ ଧାରକରଜ କରି ଦୀର୍ଘ ୩ବର୍ଷ ତଳେ ପୁଅକୁ ବାହା କରିଥିଲା । ଭାବିଥିଲା ସୁଖର ସଂସାର ମଧ୍ୟରେ ଦିନ କେଇଟା ବିତିଯିବ । ହେଲେ ଦଇବ ସାଜିଲା ବଇରି ମା’ର ଆଶା ଆଶାରେ ରହିଗଲା । ସଦାସର୍ବଦା ପୁଅର ଲୋଲୁପ ଦୃଷ୍ଟି ମା’ର ଭତା ଟଙ୍କା ଉପରେ । ମା’ ସୋମଲତା ଭତା ଟଙ୍କା ନଦେବାରୁ ପୁଅ ଓ ବୋହୂ ଅତ୍ୟାଚାର ଦେଉଥିବା ସୋମଲତାଙ୍କ ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ସୋମଲତା ପୁଅ ଓ ବୋହୂର ଅତ୍ୟାଚାର ସହିନପାରି କିଛିବର୍ଷ ହେବ ଝିଅ ଘରକୁ ଚାଲିଯାଇଥିଲା ସୋମଲତା । ଗତ ୧୫ଦିନ ତଳେ ପୁଣି ଘରକୁ ଫରିବାରୁ ପୁଅ ମା’କୁ ଦୀର୍ଘ ୩ବର୍ଷର ଟଙ୍କା ମାଗିଥିଲା । ନହେଲେ ୩୦ହଜାର ଟଙ୍କା ଦେଲେ ଘରେ ରହିବ ବୋଲି କହିଥିବା ମା’ ସୋମଲତା ଥାନାରେ ଅଭିଯୋଗ କରିଥିଲେ । ଏପରିକି ପୁଅ ଓ ବୋହୂ ମା’କୁ ଘରେ ନରଖିବାରୁ ମା’ ଦୀର୍ଘଦିନ ହେଲା ବାରଦ୍ୱାର ସୁଣ୍ଡିପିଣ୍ଢା ହେଉଛି । ଗୋଟିଏ ପଟେ ମହାମାରୀ କୋରନା ଭୟତାରେ ଲୋକ ଘରେ ରହୁଥିବା ବେଳେ ମା’କୁ ପୁଅ ଟଙ୍କା ଲୋଭରେ ଘରୁ ତଡିଦେବା ଗାଁ ଲୋକ ନିନ୍ଦା କରିଛନ୍ତି । ତାହାସହ ଗାଁ ଲୋକ ଦୀର୍ଘ ୧୫ଦିନ ହେଲା ବିଧବା ସୋମଲତାଙ୍କୁ ପାଳି କରି ଖାଦ୍ୟ ଦେଉଛନ୍ତି । ତାହାଛଡା ସୋମଲତା ମାନସିକ ଯନ୍ତ୍ରଣାରେ ଜର୍ଜରିତ ହୋଇ ଏବେ ମାନସିକ ଭାରସାମ୍ୟ ହରାଇ ବସିଲେଣି । ଏପରି ବାବଦରେ ପଚାରିବାରୁ ସୋମଲତା ଆଖିରୁ ଲୁହ ଗଡାଇବା ଛଡା କିଛି କହିପାରୁ ନଥିଲେ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ବିଧବା ସୋମଲତାଙ୍କୁ ନ୍ୟାୟ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking