34.1 C
Bhubaneswar
Thursday, April 25, 2024
Homeଓଡିଶାଏପ୍ରିଲ୍ ୫ ରୁ ଆଇଡିଏସ୍‌ରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ଆରମ୍ଭ

ଏପ୍ରିଲ୍ ୫ ରୁ ଆଇଡିଏସ୍‌ରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ୱର : ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି
ପ୍ରତି ଏକ ଘଂଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ ।
ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଂଚି ରହିବାର
ସୁଯୋଗ ପାଇଥାଏ ଏବଂ ଏହାର ଚିକିତ୍ସା ମଧ୍ୟ ଖୁବ୍ ସୁଲଭ ହୋଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍
ଡେଂଟାଲ୍ ସାଇନ୍‌ସେସ୍ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ
କୁହାଯାଇଛି ।
ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ
ସାରା ଦେଶର ଦନ୍ତ ବିଜ୍ଞାନ ଅନୁଷ୍ଠାନ ମଧ୍ୟରେ ୧୨ ତମ ସ୍ଥାନରେ ରହିଥିବା ଆଇଡିଏସ୍ ପକ୍ଷରୁ ଆସନ୍ତ ୫ ତାରିଖ ରୁ ୧୦
ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ଏହି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଥିବା
ବେଳେ ଅଧିକ ସଂଖ୍ୟକ ଜନସାଧାରଣର ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି ।
ଆଇଡିଏସ୍ ପକ୍ଷରୁ ବର୍ଷକୁ ଦୁଇ ଥର ସପ୍ତାହବ୍ୟାପୀ ଏଭଳି ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କାର୍ଯ୍ୟକ୍ରମ ପରିଚାଳନା
କରାଯାଇଥାଏ ।
ମୁଖ ଗହ୍ୱର କର୍କଟ ରୋଗ ଓଠ, ପାଟି, ଗାଲ, ତାଳୁ କିମ୍ବା ଜିଭରେ ଦେଖାଦେଇଥାଏ ।
ମଦ୍ୟପାନ ଅଭ୍ୟାସ, ସିଗାରେଟ, ଧୂମବିହିନ ତମାଖୁ ସେବନ, ପାନ ଖାଇବା ଭଳି ଅଭ୍ୟାସ ମୁଖ ଗହ୍ୱର କର୍କଟ ରୋଗର ଆଶଙ୍କାକୁ
ଅଧିକ ବଢ଼ାଇଥାଏ । ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୦ ଜଣ ଲୋକ ଏହି ରୋଗରେ ଶିକାର ହୋଇଥାନ୍ତି ।
ମୁଖ ଗହ୍ୱର କର୍କଟ ରୋଗର ଚିକିତ୍ସା ଜନସାଧାରଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଚିନ୍ତାର କାରଣ ହୋଇଛି । କାରଣ ଏହି ରୋଗ ଖୁବ୍
ବିଳମ୍ବରେ ଚିହ୍ନଟ ହୋଇଥାଏ ଯାହା ଦ୍ୱାରା କି ଚିକିତ୍ସା ପ୍ରକ୍ରିୟାର ସୁଯୋଗ ଖୁବ୍ କମ୍ ଥାଏ ଓ ଏହାର ଖର୍ଚ୍ଚ ଖୁବ୍ ଅଧିକ ହୋଇଥାଏ ।
ନିୟମିତ ମୁଖ ଗହ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷଣ କରାଇଲେ ଏହା ପ୍ରାଥମିକ ସ୍ତରର କର୍କଟ ରୋଗର ଚିହ୍ନଟ
କରାଇବାରେ ସହାୟକ ହୋଇଥାଏ ।
ଆଇଡିଏସ୍ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଥିବା ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା
ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମତି ଭାବରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କରାଯାଇଥାଏ ।
ଏହି ପ୍ରେସ ବିଜ୍ଞପପ୍ତିରେ କୁହାଯାଇଛି ଯେ ଏହି ମୁଖ ଗହ୍ୱର କର୍କଟ ପରୀକ୍ଷଣ ସପ୍ତାହରେ ରୋଗୀ ମାନଙ୍କର ରୋଗର ସଠିକ୍
ନିରୂପଣ ନିମନ୍ତେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ । ଆଇଡ଼ିଏସର ଚାରିଟି ବିଭାଗ – ଓରାଲ ମେଡିସିନ ଆଣ୍ଡ ରେଡିଓଲଜି,
ଓରାଲ ପାଥୋଲଜି ଆଣ୍ଡ ମାଇକ୍ରୋବାଇଓଲଜି, ଓରାଲ ଆଣ୍ଡ ମାକ୍ସିଲୋଫାସିଆଲ ସର୍ଜରୀ ଓ ପବ୍ଲିକ ହେଲଥ୍ ଡେଂଟିଷ୍ଟ୍ରିର ମିଳିତ
ଉଦ୍ୟମରେ ଏହି ସପ୍ତାହ ଆୟୋଜିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking