27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଇରାକୀ ଶିଶୁ ରଚିଲା ଇତିହାସ

ଇରାକୀ ଶିଶୁ ରଚିଲା ଇତିହାସ

ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି କି ଜଣେ ଶିଶୁ ୩ ଲିଙ୍ଗ ସହ ଜନ୍ମ ନେବା । ଆଜ୍ଞା ହଁ, ଏହା ହେଉଛି ଏକ ଦୁର୍ଲଭ ରୋଗ । ଯେଉଁଥିରେ ୨ ଲିଙ୍ଗ ସହ ଜନ୍ମ ନେଉଥିବା ପିଲାଙ୍କ ସଂଖ୍ୟା ୬୦ ଲକ୍ଷରେ ଗୋଟିଏ ହୋଇଥାଏ । ଏହି ରୋଗକୁ ଡିପ୍ଲେହିଆ ନାମରେ ଜଣାଯାଏ । ହେଲେ ଏବେ ଜଣେ ଶିଶୁ ୩ଟି ଲିଙ୍ଗ ସହିତ ଜନ୍ମ ହୋଇଛି । ଇତିହାସରେ ଏହା ପ୍ରଥମ, ଯେତେବେଳେ କୌଣସି ଶିଶୁ ଟ୍ରିପହେଲିଆ ଅର୍ଥାତ ୩ ଲିଙ୍ଗ ସହ ଜନ୍ମ ହୋଇଛି ।
ଇରାକର ମୋସୁଲ ସହର ନିକଟ ଦୋହୁକରେ ଏହା ଦେଖିବାକୁ ମିଳିଛି । ସେଠିକାର ଡାକ୍ତରଙ୍କ କହିବା କଥା ହେଲା ଯେ, ସେମାନେ ପ୍ରଥମ ଥର କୌଣସି ମଣିଷରେ ଟ୍ରିପହେଲିଆ ମାମଲାକୁ ନେଇ ଷ୍ଟଡି କରୁଛନ୍ତି । ସେମାନେ କହିଛନ୍ତି ଯେ, ଶିଶୁଟିର ତିନି ଲିଙ୍ଗରୁ ଗୋଟିଏ ଭଲ ଭାବରେ କାମ କରୁଥିଲା । ବାକି ଦୁଇଟି ପେନିସର ତଳ ଶିର ସହ ଯୋଡି ହୋଇଥିଲା । ଏହାପରେ ଡାକ୍ତରମାନେ ଗୋଟିଏକୁ ଛାଡି ବାକି ଦୁଇଟି ପେନିସକୁ କାଟି ଅଲଗା କରିଦେଲେ ।
ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ ସର୍ଜରୀ କେସ ରିପୋର୍ଟରେ ଏହି ଷ୍ଟୋରୀ ବିଷୟରେ କୁହାଯାଇଛି ଯେ, ଇରାକ ର ଏହି ଶିଶୁ ଦୁନିଆର ପ୍ରଥମ ଟ୍ରିପହେଲିଆ ମାମଲା । ୨୦୧୫ରେ ଭାରତରେ ବି ଏମିତି ଏକ ମାମଲା ସାମ୍ନାକୁ ଆସିଥିଲା । ହେଲେ ଏହାର ସତ୍ୟତା ଜଣାପଡିନଥିଲା । ଏହି କେସ ବିଷୟରେ କୌଣସି ମେଡିକାଲ ଜର୍ନାଲରେ ବି ରିପୋର୍ଟ ପ୍ରକାଶ ପାଇନଥିଲା ।
ଏହି ଶିଶୁଟିର ପିତାମାତା ତାର ପ୍ରାଇଭେଟ ପାର୍ଟରେ ଫୁଲା ଦେଖାଇବା ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସେତେବେଳେ ତାଙ୍କୁ ଜଣାପଡିଥିଲା ଯେ, ତାଙ୍କ ଶିଶୁ ପୁତ୍ରର ଦୁଇଟି ଅତିରିକ୍ତ ପେନିସ ତଥା ଲିଙ୍ଗ ଅଛି । ସେଥିରୁ ଗୋଟିଏର ଲମ୍ବ ୨ ସେଣ୍ଟିମିଟର ଥିଲା । ତାହା ମୁଖ୍ୟ ପେନିସ ସହ ଯୋଡି ହୋଇଥିଲା । ଅନ୍ୟଟିର ଲମ୍ବ ଏକ ସେଣ୍ଟିମିଟର ଥିଲା । ତାହା ଲିଙ୍ଗର ପୁରା ତଳ ଶିର ସହ ସଂଯୁକ୍ତ ଥିଲା । ଏହାର ଯାଂଚ ସମୟରେ ଡାକ୍ତରଙ୍କୁ ଜଣାପଡିଥିଲା ଯେ,ଦୁଇ ଅତିରିକ୍ତ ପେନିସରେ ୟୁରିନ ଟ୍ୟୁବ ନାହିଁ । ଏହାର ଅର୍ଥ ତା ମଧ୍ୟ ଦେଇ ୟୁରିନ ବାହାରି ପାରିବ ନାହିଁ ।
ଏହାପରେ ଡାକ୍ତରମାନେ ଭାବିଥିଲେ, ଅତିରିକ୍ତ ଲିଙ୍ଗ ଦ୍ୱୟକୁ ସହଜରେ କଟାଯାଇପାରିବ । କାରଣ ସେ କୌଣସି କାମ କରୁନଥିଲା । ଏହାପରେ ଡାକ୍ତରଙ୍କ ଏକ ବଡ ପ୍ୟାନେଲ ସର୍ଜରୀ କରି ଶିଶୁଟିର ଶରୀରରୁ ଅତିରିକ୍ତ ଦୁଇ ଲିଙ୍ଗ ବାହାର କରିଦେଇଥିଲେ । ଏହି ରିପୋର୍ଟ ଲେଖିଥିବା ଡାକ୍ତର ଶାକିର ସଲୀମ ଜବାଲୀଙ୍କ ଅନୁଯାୟୀ, ଅସ୍ତ୍ରୋପଚାରକୁ ଗୋଟିଏ ବର୍ଷ ବିତି ଯାଇଛି । ହେଲେ ପିଲାକୁ ଏହଦ୍ୱାରା କୌଣସି ପ୍ରକାର ସମସ୍ୟା ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking