38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଧରିବା ମାତ୍ରେ ଭାଙ୍ଗିଯାଉଛି ଶିଶୁକନ୍ୟାର ହାଡ଼ 

ଧରିବା ମାତ୍ରେ ଭାଙ୍ଗିଯାଉଛି ଶିଶୁକନ୍ୟାର ହାଡ଼ 

ଫୁଲବାଣୀ : ଯେଉଁ ବୟସରେ ଶିଶୁକନ୍ୟାଟି ହସିଖେଳିବା କଥା ସେହି ବୟସରେ ଶିଶୁକନ୍ୟା ଦେହର ବିଭିନ୍ନ  ସ୍ଥାନରେ ପଡ଼ିଛି ୨୮ଟି ପାଟୁ । ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ଡାହୁ ଗ୍ରାମର ଉତ୍ସବ ପ୍ରଧାନଙ୍କ ସାନଝିଅ ସାନୁଲିକାଙ୍କ କ୍ଷେତ୍ରରେ । ଡାହୁ ଗ୍ରାମର ଉତ୍ସବ ପ୍ରଧାନ ଏବଂ ରଚନା ପ୍ରଧାନଙ୍କ ସାନ ଝିଅ ଗତ ୨୦୧୮ ମସିହା ମାର୍ଚ୍ଚ ୨ତାରିଖରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମଗ୍ରହଣ କରିଥିଲେ । ତେବେ ଝିଅ ଜନ୍ମହେବାର ୧୩ଦିନ ପରେ ଝିଅଟିକୁ ଧରିବା ମାତ୍ରେ ଝିଅଟିର ଶରୀରର ହାଡ଼ଗୁଡ଼ିକ ଭାଙ୍ଗିଯାଉଛି । ଫଳରେ ବର୍ତ୍ତମାନ ଶିଶୁକନ୍ୟାଟିର ଦେହ, ହାତ ଓ ଗୋଡ଼ରେ ୨୮ଥର ପାଟୁ ପଡ଼ିଲାଣି । ଝିଅଟିର ଏହିଭଳି ଅବସ୍ଥା ଦେଖି ବାପା ଓ ମା’ ଗତ ଜାନୁୟାରୀ ମାସରେ ଝିଅକୁ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଝିଅଟିର ଏକ୍ସ-ରେ ରିପୋର୍ଟ ଆସିବା ପରେ ଡାକ୍ତରଜଣକ କୁନିଝିଅଟିର ଶରୀରର ଅନେକ ହାଡ଼ ଭାଙ୍ଗିଯାଇଥିବା ଦେଖି ଶିଶୁକନ୍ୟାଟିକୁ ସେଠାରେ ୭ଦିନ ପାଇଁ ରଖି ଚିକିତ୍ସା କରିଥିଲେ । ୭ଦିନର ଚିକିତ୍ସା ପରେ ଶିଶୁକନ୍ୟାଟିର ଅଧିକ ଚିକିତ୍ସା ପାଇଁ ସେଠାରୁ କଟକ ଶିଶୁ ଭବନକୁ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ବାପା\’ମା’ଙ୍କ ପାଖରେ ଶିଶୁ ଭବନ ନେବା ପାଇଁ ଅର୍ଥାଭାବ ଥିବାରୁ ଝିଅକୁ ନିଜ ଘରକୁ ନେଇ ଫେରିଆସିଥିଲେ । ଘରକୁ ଫେରିବା ପରେ ଗ୍ରାମରେ ଘରୋଇ ଚିକିତ୍ସା ଦ୍ୱାରା ଝିଅ ସାଲୁନିକାର ଦେହ, ହାତ ଓ ଗୋଡ଼ରେ ବର୍ତ୍ତମାନ ୨୮ଟି ପାଟୁ ପକାଯାଇଛି । ପରିବାର ଲୋକଙ୍କ ପାଖରେ ଅର୍ଥର ଅଭାବ ରହିଥିବାରୁ ଶିଶୁକନ୍ୟାଟିର ଚିକିତ୍ସା କରିପାରୁନଥିବା ବେଳେ ଶିଶୁକନ୍ୟାଟିର ଅବସ୍ଥା ଦିନକୁଦିନ ବିଗିଡ଼ିବାକୁ ଲାଗିଛି । ତେଣୁ ପରିବାର ଲୋକେ ସରକାରଙ୍କ ତରଫରୁ ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ଗୁହାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking