41.1 C
Bhubaneswar
Sunday, April 28, 2024
Homeଓଡିଶାନଭେମ୍ବରରେ ୧୬ ହଜାର ଶିକ୍ଷକଙ୍କ ନିଯୁକ୍ତି

ନଭେମ୍ବରରେ ୧୬ ହଜାର ଶିକ୍ଷକଙ୍କ ନିଯୁକ୍ତି

ଭୁବନେଶ୍ୱର : ନଭେମ୍ବରରେ ହେବ ୧୬ ହଜାର ଶିକ୍ଷକ ନିଯୁକ୍ତି । ଡିସେମ୍ବର ମାସ ପୂର୍ବରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବେ ରାଜ୍ୟ ସରକାର । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଯାହା ଦ୍ୱାରା ଶିକ୍ଷକ ଅଭାବର ଯେଉଁ ସମସ୍ୟା ରହିଛି ତାହା ଆଉ ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ । ପର୍ଯ୍ୟାୟ କ୍ରମେ ଖୋଲିବ ଶ୍ରେଣୀ । ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଖୋଲିବ । ଦରବୃଦ୍ଧି ପାଇଁ ଏଡିଏମ ପ୍ରଭାବିତ ହେଉଥିବା ନେଇ ମନ୍ତ୍ରୀ ସ୍ବୀକାର କରିଛନ୍ତି । ଏହା ଜାତୀୟ ପଲିସି ହୋଇଥିବାରୁ ଓଡିଶା ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରକୁ ଅବଗତ କରାଇଥିବା ମନ୍ତ୍ରୀ କହିଛନ୍ତି । ବୁଧବାର ସମ୍ବଲପୁର ଲେଡି ଲୁଇସ ସ୍କୁଲ ଗସ୍ତ କରିବା ସହ ମନ୍ତ୍ରୀ ସ୍ମାର୍ଟ କ୍ଲାସ ବୁଲି ଦେଖିଛନ୍ତି । ଛାତ୍ରଛାତ୍ରୀଙ୍କ ସହ ପାଠପଢା ବିଷୟରେ ଆଲୋଚନା ବି କରିଛନ୍ତି । ସେପଟେ ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ ଖୁସି ଛାତ୍ରଛାତ୍ରୀ । ଷଷ୍ଠ-ସପ୍ତମ ଶ୍ରେଣୀ ଖୋଲିବା ନେଇ ପୁରା ପ୍ରସ୍ତୁତ ଥିବା ଶିକ୍ଷକମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking